ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଜିଠୁ ଦିଲ୍ଲୀରେ ଡିଜେଲ ଚାଳିତ ଜେନେରେଟର ଉପରେ ରୋକ୍‌,ଜଳିବନି କୋଇଲା ଭାଟି

Published By : Anindita Ratha | October 22, 2024 3:33 PM

ନୂଆଦିଲ୍ଲୀ,୨୨/୧୦:ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ। ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀର ଅବସ୍ତା ବେହାଲ।  ବାୟୁର ଗୁଣବତ୍ତା ଦିନକୁ ଦିନ ଅତି ନିମ୍ନସ୍ତରକୁ ଖସି ଚାଲିଛି। ବିଷାକ୍ତ ହେବାରେ ଲାଗିଛି ବାୟୁ । ଆଖି ଜଳିବା ସହ ନିଶ୍ୱାସ ନେବା ବି ଏବେ କଷ୍ଟକର ହୋଇପଡିଲାଣି। ଯାହାକୁ ନେଇ ଆଜିଠୁ ଦିଲ୍ଲୀରେ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ ବା GRPA ଫେଜ୍-୨ ଲାଗୁ କରାଯାଇଛି।

ସୂଚନା ମୁତାବକ, ଆଜି ସକାଳ ୮ଟାରୁ ଦିଲ୍ଲୀରେ ଡିଜେଲ ଚାଳିତ ଜେନେରେଟର ଉପରେ ମଧ୍ୟ ରୋକ୍‌ ଲାଗାଯାଇଛି। ଏଥିସହ କୋଇଲାରେ ଜଳୁଥିବା ଭାଟି ତଥା ତନ୍ଦୁର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦିଲ୍ଲୀ ସରକାରଙ୍କ ରେଡ୍‌ ଲଇଟ୍‌ ଅନ୍‌, ଗାଡ଼ି ଅଫ୍ ଅଭିଯାନ ଆଜିଠୁ ଆରମ୍ଭ ହୋଇଛି। ଦିଲ୍ଲୀରେ ଗାଡି ଚଳାଚଳ କମ୍‌ କରିବା ପାଇଁ ପାର୍କିଂ ଫିସ୍‌କୁ ମଧ୍ୟ ବଢ଼ାଇ ଦିଆଯାଇଛି। ତେବେ ଶୀତ ନ ଆସୁଣୁ ଦିଲ୍ଲୀର ଅବସ୍ଥା ବେହାଲ ହୋଇପଡିଛି। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ମୁତାବକ, ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଛି। ୧୩ଟି ସ୍ଥାନକୁ ହଟ୍‌ସ୍ପଟ୍‌ ରୂପେ ଚିହ୍ନଟ କରାଯାଇଛି। ସବୁଠାରୁ ଉପରେ ରହିଛି ଆନନ୍ଦ ବିହାର। ଆଜି ସକାଳ ୮ଟା ସୁଦ୍ଧା ଏଠାକାର ବାୟୁର ଗୁଣବତ୍ତା ୩୮୫ ରେକର୍ଡ କରାଯାଇଛି।ସମସ୍ତ ଅଞ୍ଚଳକୁ ରେଡ୍‌ ଜୋନ୍‌ ଭିତରେ ରଖାଯାଇଛି। ଅଧିକାଂଶ ଅଞ୍ଚଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ସୂଚନା ମିଳିଛି। 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.