ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବିହାରର ଏକ କବରସ୍ଥାନରେ ରହସ୍ୟ, ପାଞ୍ଚ ବର୍ଷରେ ଚୋରି ହେଲାଣି ୬ ଖପୁରୀ, ଗୁଣିଗାରେଡିରେ ବ୍ୟବହାର ହେଉଥିବା ସନ୍ଦେହ…

Published By : Ladu Kishor | January 23, 2025 8:45 PM

ନୂଆଦିଲ୍ଲୀ: ବିହାରର ଭାଗଲପୁରର ଏକ କବରସ୍ଥାନରୁ ଖପୁରୀ ଚୋରି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସବୁଠାରୁ ସାମ୍ପ୍ରତିକ ଘଟଣାଟି ଗତ ରବିବାର ଘଟିଛି, ଯେଉଁଠାରେ କି ପ୍ରାୟ ସାଢ଼େ ପାଞ୍ଚ ମାସ ପୂର୍ବେ ପୋତାଯାଇଥିବା ଜଣେ ବୃଦ୍ଧ ମହିଳାଙ୍କ ଖପୁରୀ ଚୋରି ହୋଇଯାଇଥିଲା । ମହିଳା ଜଣକ ମହମ୍ମଦ ବଦ୍ରୁଜମାଙ୍କ ମା' ଭାବରେ ଚିହ୍ନଟ ହୋଇଛନ୍ତି। ଏହି ଘଟଣାଟି ଭାଗଲପୁରର ସାନହୌଲା ଥାନା ଅଞ୍ଚଳରେ ଘଟିଛି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ଗାଁ ଲୋକେ କହିଛନ୍ତି ଯେ ଏହା କୌଣସି ନୂଆ ଘଟଣା ନୁହେଁ, ବରଂ ଗତ ପାଞ୍ଚ ବର୍ଷ ମଧ୍ୟରେ ଏପରି ପାଞ୍ଚଟି ଘଟଣା ଘଟିଛି। କୁହାଯାଉଛି ଯେ ଟାର୍ଗେଟ କରାଯାଇଥିବା କବର ପ୍ରାୟ ଛଅ ମାସ ପୁରୁଣା ଥିଲା, ଯାହା ସମ୍ପୃକ୍ତ ଲୋକଙ୍କ ଯୋଜନା ଉପରେ ସନ୍ଦେହ ସୃଷ୍ଟି କରୁଛି। ଫାଜିଲପୁର ସକ୍ରମା ଗ୍ରାମପଞ୍ଚାୟତର ଅସରଫ ନଗର ଗ୍ରାମରେ ଅବସ୍ଥିତ ଏହି କବରସ୍ଥାନ ନିକଟବର୍ତ୍ତୀ ଅନେକ ଗ୍ରାମକୁ ସେବା ଯୋଗାଇଥାଏ ଏବଂ ଏହାକୁ ଏକ ପୁରୁଣା ଏବଂ ଗୁରୁତ୍ୱପୂର୍ଣ୍ଣ କବରସ୍ଥାନ ଭାବରେ ବିବେଚନା କରାଯାଏ।

ସ୍ଥାନୀୟ ଅଞ୍ଚଳର ଜଣେ ବାସିନ୍ଦା ମହମ୍ମଦ ଏଜାଜ କହିଛନ୍ତି ଯେ,"ଏହି ଘଟଣା ଗୁଡ଼ିକ ପାଇଁ ଆମେ ବହୁତ ଭୟଭୀତ ଏବଂ ଚିନ୍ତିତ ଅଛୁ । ଏହି ଚୋରି ପଛରେ କିଏ ଅଛି କିମ୍ବା ସେମାନଙ୍କର ଉଦ୍ଦେଶ୍ୟ କ'ଣ ତାହା ଆମେ ଜାଣି ନାହୁଁ। ଆମେ ଦାବି କରୁଛୁ ଯେ କର୍ତ୍ତୃପକ୍ଷ ଦୋଷୀ ମାନଙ୍କୁ ଧରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। 

ଚୋରି ହୋଇଥିବା ଖପୁରୀ ଗୁଡ଼ିକୁ ଗୁଣି ଗାରେଡି କିମ୍ବା ଅନ୍ୟାନ୍ୟ ଘୃଣ୍ୟ କାର୍ଯ୍ୟକଳାପ ପାଇଁ ବ୍ୟବହାର ହୋଇ ଥାଇପାରେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ବୃଦ୍ଧି ପାଉଛି । ତଥାପି, ପୋଲିସ କୌଣସି ସୁରାକ ପାଇନାହିଁ । ଘଟଣାରେ କହଲଗାଓଁ ଏସଡିପିଓ ଶିବାନନ୍ଦ ସିଂହ କହିଛନ୍ତି ଯେ, "ଆମେ ଏହି ଘଟଣାକୁ ବହୁତ ଗମ୍ଭୀରତାର ସହ ନେଉଛୁ ଏବଂ ରହସ୍ୟର ଖୁଲାସା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛୁ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.