ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମାସ ଶେଷ ସୁଦ୍ଧା ଗ୍ରେଟର ଭୁବନେଶ୍ୱର ନକ୍ସା, ବିଡିଏରେ ଯୋଡ଼ି ହେବ ୩୬୪ ଗାଁ

Published By : Rasmita Pradhan | March 5, 2025 9:07 AM

ଭୁବନେଶ୍ୱର, ୦୫/୦୩ : ରାଜଧାନୀର ଉପକଣ୍ଠ ନକ୍ସା ବଦଳିବ। ଭିତ୍ତିଭୂମିର ବିକାଶ ସହିତ ନୂଆ ସହର ନିର୍ମାଣ ହେବ । ସହରୀ ସଭ୍ୟତାରେ ସାମିଲ ହେବ ଗାଁ । ଏନେଇ ଚଳିତ ମାସ ଶେଷ ସୁଦ୍ଧା ଗ୍ରେଟର ଭୁବନେଶ୍ୱର ନୂଆ ଡ୍ରାଫ୍ଟ ସିଡିପି ଆସିବାକୁ ଯାଉଛି । ବିଡିଏରେ ଏନେଇ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଛି । ୨୦୪୦ ଭିଜନକୁ ଆଖି ଆଗରେ ରଖି ନୂଆ ସିଡିପି ପ୍ରସ୍ତୁତ ହେଉଛି । ଏଥିରେ ପିପିଲି, ଖୋର୍ଦ୍ଧା, ଜଟଣୀ, ଚନ୍ଦକା ଆଦିର ପ୍ରାୟ ୭୦୦ ବର୍ଗ କିଲୋମିଟର ଅଞ୍ଚଳର ବିକାଶ ହେବ । ଏଥିରେ ମୋଟ ୩୭୪ଟି ଗାଁ ମିଶାଇବାକୁ ଯୋଜନା କରାଯାଇଛି । ଏହା ସହ ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହେବ । 

୨୦୧୧ର ଜନଗଣନା ଅନୁସାରେ ଏହି ଅଞ୍ଚଳରେ ମୋଟ ୩.୮୩ ଲକ୍ଷ ଲୋକ ରହୁଥିଲେ । ଏବେ ଏହି ସଂଖ୍ୟା ୧୪.୩୬ ଲକ୍ଷକୁ ବୃଦ୍ଧି ପାଇଲାଣି । ଏହାକୁ ନଜରରେ ରଖି ସହରରେ ବିକାଶ ଉପରେ ବିଡିଏ ଏବେ ଫୋକସ କରୁଛି । ପୂର୍ବ ସିଡିପି ଅନୁସାରେ ୪୦୦ ବର୍ଗ କିଲୋମିଟର ବିକାଶ ହେଇଥିବା ବେଳେ ଏହି ସିଡିପିରେ ଅତିରିକ୍ତ ୭୦୦ ବର୍ଗ କିଲୋମିଟର ମିଶିବ । ଫଳରେ ବିଡିଏର ପରିସୀମା ୧୧୪୦ ବର୍ଗ କିଲୋମିଟରକୁ ବୃଦ୍ଧି ପାଇବ । 

ନୂଆ ସିଡିପି ଆସିବା ପରେ ଖୋର୍ଦ୍ଧା-ଭୁବନେଶ୍ୱର-ଜଟଣୀକୁ ନେଇ ନୂଆ ସହର ପରିକଳ୍ପନା କରିବେ ରାଜ୍ୟ ସରକାର । ଏନେଇ ୩୨୨ ହେକ୍ଟର ଜମିର ବିକାଶ କରାଯିବ । ଏହାପରେ ଏହାକୁ ୩୦୦୬ ହେକ୍ଟର ଜମିକୁ ବୃଦ୍ଧି କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ପ୍ରାରମ୍ଭିକ ଭାବେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି । ଏହା ସହ ଭୁବନେଶ୍ୱର ଟ୍ରାଫିକ୍‌ ଜାମକୁ ଆଖି ଆଗରେ ରଖି ନୂଆ ରାସ୍ତା ନିର୍ମାଣ କରିବାକୁ ଯୋଜନା କରାଯାଇଛି । ବିସ୍ତୃତ ସିଟି ରୋଡ ଯୋଜନାରେ ନୂଆ ରାସ୍ତା ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର ୧୩ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଏଥିରେ ଆଉଟର ରିଂ-ରୋଡ୍‌ ଆଦି ନିର୍ମାଣ କରାଯିବ ।

ଏହି ଖବରଟିକୁ ପଢନ୍ତୁ-ଅପ୍‌ଡେଟ୍‌ ହେଉନି ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌, ଇ-ଡେସପାଚ୍‌ରେ ମିଳୁନି ବିଭାଗୀୟ ସୂଚନା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.