ନୂଆଦିଲ୍ଲୀ, ୮/୨ : ବେଦୀରେ ବସିଥାନ୍ତେ, କନ୍ୟା ସାଜି ଶାଶୁଘରକୁ ଯାଇଥାଆନ୍ତେ । ହେଲେ ଏହା ପୂର୍ବରୁ ବନ୍ଧୁକ ଦେଖାଇ ଉଠାଇନେଲେ । ଜଣେ ସାଧାରଣ ଝିଅ ନୁହେଁ ବରଂ ପୁଲିସ ବିଭାଗରେ କାମ କରୁଥିବା ମହିଳା କର୍ମାଚରୀଙ୍କ କ୍ଷେତ୍ରରେ ଘଟିଛି ଏମିତି କିଛି । ଉତ୍ତରପ୍ରଦେଶର ମେରଠରୁ ଆସିଛି ଏଭଳି ଏକ ଖବର । ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଅପହୃତା ପୁଲିସ କର୍ମଚାରୀଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ଟିମ୍ ଗଠନ କରି ତନାଘନା କରାଯାଉଛି ।

ବରଯାତ୍ରୀ ଆସିବାର କିଛି ଘଣ୍ଟା ପୂର୍ବରୁ ମହିଳା ପୁଲିସଙ୍କୁ ଅପହରଣ କରାଯାଇଛି । ଅଭିଯୋଗ ଅନୁସାରେ ଅଙ୍କିତ ଚୌହ୍ବାନ ନାମକ ବ୍ୟକ୍ତି ଏହି ମହିଳା ପୁଲିସ ଅଧିକାରୀଙ୍କୁ ବଳ ପୂର୍ବକ ଉଠାଇ ନେଇଛନ୍ତି । ଏହି ଘଟଣାକୁ ଗୁରୁତର ନିଆଯାଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି । ସେପଟେ କିନ୍ତୁ କୁହାଯାଉଛି କି, ମହିଳା ପୁଲିସ ଅଧିକାରୀ ଜଣକ ପୂର୍ବରୁ ଅଙ୍କିତଙ୍କୁ ଭଲ ପାଉଥିଲେ । ସେ ନିଜ ଇଛାରେ ଆସିଛନ୍ତି । ଏନେଇ ଘରକୁ ଫୋନ କରିଥିଲେ । ମାତ୍ର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ତଦନ୍ତ କରାଯାଉଛି ।

ସେପଟେ ମହିଳା ପୁଲିସ ଅଧିକାରୀଙ୍କ ବୟସ ୨୫ ହୋଇଥିବାବେଳେ ସେ ପୂର୍ବରୁ ଭଲ ପାଉଥିଲେ । ଗତ ୪ ତାରିଖରେ ଅନ୍ୟ ଜଣକ ସହ ପରିବାର ଲୋକେ ବିବାହ ଠିକ୍ କରିଥିଲେ । ମାତ୍ର ସେ ୨ ତାରିଖରେ ଆଉ ଘରକୁ ଫେରିନଥିଲେ । ନିଜ ଇଛାରେ ଯାଇଥିବା କିଛି ଲୋକ କହୁଥିବାବେଳେ ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ତାଙ୍କୁ ଅପହରଣ କରାଯାଇଛି । ତେବେ ଏହାକୁ ନେଇ କୌଣସି ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିନଥିବାବେଳେ ପୁଲିସର ତଦନ୍ତ ପରେ ସତ୍ୟ ଜଣାପଡ଼ିବ ।

ଏହାସହ ପଢ଼ନ୍ତୁ : ଛୁଆଙ୍କୁ ହରାଇଥିବା କଳାକାର, କହୁଥିଲେ ସରିବନି ଦୁଃଖ...