ନୂଆଦିଲ୍ଲୀ ୩୧/୧୨: ଇଣ୍ଟର୍‌ନେଟ୍‌ରେ ଏକ ବିଳାସପୂର୍ଣ୍ଣ ବିବାହର ଭିଡିଓ  ଭାଇରାଲ ହେଉଛି । ଭିଡିଓରେ ପାକିସ୍ତାନର ସିନ୍ଧ  ପ୍ରଦେଶରେ ହାଇଦରାବାଦ ସ୍ଥିତ ଏକ ଘର ଉପରେ  ବିମାନରୁ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳିଛି ।  ଏହି ଦୃଶ୍ୟକୁ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଦେଖୁଛନ୍ତି । ଜଣେ ପାକିସ୍ତାନୀ ବରଙ୍କ ବାପା କନ୍ୟାର ଘର ଉପରେ  ଲକ୍ଷାଧିକ ଟଙ୍କା ବର୍ଷା କରିବା ଲାଗି ବିମାନ ଭଡ଼ାରେ  ନେଇଥିଲେ । 

କିଛି ରିପୋର୍ଟ ଅନୁସାରେ, କନ୍ୟା  ବାପାଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ବର ବାପା  ଏହା କରିଛନ୍ତି । ଘର ଓ ଲୋକଙ୍କ ଉପରେ ଟଙ୍କା ବର୍ଷା  ହେବାର ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ  ସୋସିଆଲ ମିଡିଆ ୟୁଜର୍‌ ଏ ନେଇ ମିଶ୍ର ପ୍ରତିକ୍ରିୟା  ଦେଉଛନ୍ତି । କିଛି ଲୋକ ଏହାକୁ ବିଳାସପୂର୍ଣ୍ଣ ଆୟୋଜନ  କହୁଛନ୍ତି । ଆଉ କିଛି କହୁଛନ୍ତି, ଏହା କେବଳ ଅର୍ଥ  ଅପଚୟ । ଆଉ କିଛି ଏହାର ଖୁବ୍‌ ମଜା ନେଉଛନ୍ତି ।  ବିମାନ ଭଡ଼ାରେ ଆଣି କନ୍ୟା ଘର ଉପରେ ଟଙ୍କା ବର୍ଷା  କରିଥିବା ବ୍ୟକ୍ତିଙ୍କ ପୁଅ ଜୀବନ ସାରା ବାପା କରିଥିବା  ଋଣ ସୁଝିବେ ବୋଲି ୟୁଜର କହିଛନ୍ତି ।