ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ମେ’ ମାସରେ ୨.୦୧ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ, ପୂର୍ବବର୍ଷ ତୁଳନାରେ ୧୬.୪% ଅଭିବୃଦ୍ଧି

Published By : Prameya | June 2, 2025 12:12 PM

ନୂଆଦିଲ୍ଲୀ,୦୨/୦୬: ଚଳିତବର୍ଷ ମେ’ ମାସରେ କେନ୍ଦ୍ର ସରକାର ୨.୦୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା  ଟିକସ(ଜିଏସ୍‌ଟି) ଆଦାୟ କରିଛନ୍ତି ।  ପୂର୍ବବର୍ଷ ମେ’ ମାସ ତୁଳନାରେ  ଏହା ୧୬.୪% ଅଧିକ । ରବିବାର  ଜାରି ହୋଇଥିବା ସରକାରୀ ତଥ୍ୟରୁ  ଏହା ଜଣାପଡ଼ିଛି । ତେବେ ଏ ବର୍ଷ  ଏପ୍ରିଲରେ ସରକାର ୨.୩୭ ଲକ୍ଷ  କୋଟି ଟଙ୍କାର ଜିଏସ୍‌ଟି ଆଦାୟ  କରିଥିଲେ । ବାର୍ଷିକ ଆଧାରରେ  ଏଥିରେ ୧୨.୬% ଅଭିବୃଦ୍ଧି ଦେଖିବାକୁ  ମିଳିଥିଲା । ଏହା ଜିଏସ୍‌ଟି ଆଦାୟରେ  ଥିଲା ରେକର୍ଡ । ସରକାରୀ ତଥ୍ୟ  ଅନୁସାରେ, ମେ’ ମାସରେ ଘରୋଇ  ଟ୍ରାଞ୍ଜାକ୍‌ସନ୍‌ରୁ ଆଦାୟ ହୋଇଥିବା  ଟିକସରେ ୧୩.୭% ବୃଦ୍ଧି ଘଟି ୧.୫୦  ଲକ୍ଷ କୋଟି ଟଙ୍କା ରହିଛି । ସେହିଭଳି  ଆମଦାନିରୁ ଜିଏସ୍‌ଟି ରାଜସ୍ୱ ୨୫.୨%  ବଢ଼ି ୫୧,୨୬୬ କୋଟି ଟଙ୍କା ରହିଛି । 

ଆଲୋଚ୍ୟ ମାସରେ ଆଦାୟ  ହୋଇଥିବା ମୋଟ ଜିଏସ୍‌ଟି ମଧ୍ୟରୁ  କେନ୍ଦ୍ରୀୟ ଜିଏସ୍‌ଟି ୩୫,୪୩୪ କୋଟି  ଟଙ୍କା ଥିବାବେଳେ ରାଜ୍ୟ ଜିଏସ୍‌ଟି  ୪୩,୯୦୨ କୋଟି, ସମନ୍ୱିତ ଜିଏସ୍‌ଟି  ୧.୦୯ ଲକ୍ଷ କୋଟି ଏବଂ ସେସ୍‌ରୁ  ରାଜସ୍ୱ ଆଦାୟ ରହିଛି ୧୨,୮୭୯  କୋଟି ଟଙ୍କା । ୨୦୨୪ ମେ’ରେ  ୧,୭୨,୭୩୯ କୋଟି ଟଙ୍କାର  ଜିଏସ୍‌ଟି ଆଦାୟ ହୋଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.