ଭୁବନେଶ୍ବର, ୨୬/୦୩: ସରକାରଙ୍କ ଟେନସନ ବଢ଼ାଇଲା ଭୂତଳ ଜଳ । ରାଜ୍ୟରେ ଲଗାତାର ଭାବେ କମୁଛି ଭୂତଳ ଜଳସ୍ତର । ପୂର୍ବ ୫ ବର୍ଷରେ ଓଡ଼ିଶାରେ ୦.୫୩% MBGL ହ୍ରାସ ପାଇଥିବା ରେକର୍ଡ ହୋଇଛି । ଏଭଳି ଚିନ୍ତା ଜନକ ରିପୋର୍ଟ ବିଧାନସଭାରୁ ଆସିଛି । ଗୃହରେ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି, ଗତ ପାଞ୍ଚ ବର୍ଷରେ ଲଗାତାର ଭାବେ ଭୂତଳ ଜଳ କମିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ଏହାର ପ୍ରତିକାର ସ୍ବରୁପ ରାଜ୍ୟରେ ଆଡିବନ୍ଧ ଏବଂ Ground Water Recharge Well ନିର୍ମାଣ କରି ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଛି । ଏତତ୍ ବ୍ୟତୀତ ଭୂଗର୍ଭ ଜଳସ୍ତରର ଅବନତି ରୋକିବା ପାଇଁ ସମଗ୍ର ରାଜ୍ୟରେ ୩୩ ଗୋଟି ବନ୍ଧ, ୨୭ଟି ବ୍ୟାରେଜ ଏବଂ ୮୯ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କରିବା ପାଇଁ ଯୋଜନା କରାଯାଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ସିଏମ୍ ।

ଅଧିକ ପଢ଼ନ୍ତୁ: ବଢ଼ିବନି ବିଧାୟକଙ୍କ ଦରମା, ବିଧାନସଭାରେ ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ​​​​​​​