ଭୁବନେଶ୍ୱର ୨୬/୦୩: ଆଉ ବଢ଼ିବନି ବିଧାୟକଙ୍କ ଦରମା । ଦରମା ବୃଦ୍ଧି ବିଲ୍କୁ ପ୍ରତ୍ୟାହାର କଲେ ରାଜ୍ୟ ସରକାର। ଦରମା ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ । ବିଲ୍ ପ୍ରତ୍ୟାହାର ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି।

ସୂଚନା ଅନୁଯାୟୀ, ଗତ ବର୍ଷ ବିଲ୍ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ନୂଆ ବିଲ୍ ବିଧାନସଭାରେ ପାସ୍ ହେବା ପରେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ୩ ଲକ୍ଷ ୪୫ ହଜାର ଟଙ୍କା ଓଡ଼ିଶାର ବିଧାୟକମାନଙ୍କୁ ମିଳିଥାନ୍ତା ସେହି ସମୟରେ ବିଭିନ୍ନ ଦିଗରୁ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌କୁ ତୀବ୍ର ବିରୋଧ କରାଯାଇଥିଲା। ପରେ ବିରୋଧ ଓ ଶାସକ ବିଧାୟକ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ କରିଥିଲେ।

ସଂସଦୀୟ ପରମ୍ପରାରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ରଖିଥିଲେ ଉଭୟ ବିରୋଧୀ ଏବଂ ଶାସକ ଦଳ ବିଧାୟକ ।ମୂଳ ଦରମା ପର୍ବରୁ ଥିଲା ୩୫୦୦୦ ଟଙ୍କା । ବର୍ଦ୍ଧିତ ଦରମା ଲାଗୁ ହେବା ପରେ ଏହା ହେଲା ୯୦,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲେ । ସେହିପରି ସମାରୋହ ଭତ୍ତା ୯୬୦୦୦ ହେଲା,ଯାହାକି ପୂର୍ବରୁ ୪୦,୦୦୦ ଟଙ୍କା ଥିଲା । ସେହିପରି ନିର୍ବାଚନ ମଣ୍ଡଳୀ ଏବଂ ଲୋକ ସେବା ଭବନ ପରିଦର୍ଶନ ଭତ୍ତା ପୂର୍ବରୁ ୨୦,୦୦୦ ଟଙ୍କା ଥିବା ବେଳେ, ଏବେ ୭୫୦୦୦ ଟଙ୍କା ହେଲା । କମିଟି ଭତ୍ତା ୧୫୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲେ । ଓଡିଶା ବାହାରେ ବୈଠକ ପାଇଁ ଭତ୍ତା ୨୦୦୦ ଟଙ୍କାରୁ ୧୦,୦୦୦କୁ ବୃଦ୍ଧି ପାଇଥିଲେ।

ଅଧିକ ପଢ଼ନ୍ତୁ :-  ଆସିଲା ୩ ବର୍ଷିଆ ନୂଆ ଅବକାରୀ ନୀତି : ବଡ଼ଦାଣ୍ଡରେ ଖୋଲିବନି ମଦ ଦୋକାନ, ଲାଇସେନ୍ସ ଆବେଦନ ଶୁଳ୍କ ୧୦% ବୃଦ୍ଧି

ସେହିପରି ରାଜ୍ୟ ଭିତରେ ଭ୍ରମଣ ଭତ୍ତା କିଲୋମିଟର ପିଛା ୨୫ ଟଙ୍କା ଥିବା ବେଳେ ଏହାକୁ ୩୫ ଟଙ୍କାକୁ ବଢ଼ାଯାଇଥିଲେ । ସେହିପରି ମାସିକ ପରିବହନ ଭତ୍ତା ୧୫,୦୦୦ ଟଙ୍କାରୁ ୫୦,୦୦୦କୁ ବଢ଼ାଯାଇଥିଲେ। ସଦସ୍ୟଙ୍କ ମାସିକ ଭତ୍ତା ୨୦୦୦ରୁ ୧୦,୦୦୦ ଟଙ୍କା , ବିଦ୍ୟୁତ୍ ଶୁଳ୍କ ୫୦୦୦ରୁ ୨୦,୦୦୦ ଟଙ୍କା, ଡାକ୍ତରୀ ଚିକିତ୍ସା ଭତ୍ତା ୫୦୦୦ ଟଙ୍କା ରୁ ୩୫୦୦୦ ଟଙ୍କା, ଆବାସ ଭତ୍ତା ୧୦୦୦ରୁ ୨୦୦୦ ଟଙ୍କା ଏବଂ ମୋଟର କାର ଆଡଭାନ୍ସ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିଲ। ବର୍ତ୍ତମାନ ଭତ୍ତା ବୃଦ୍ଧି ବିଲ୍ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର।