ପୋଲସରା୧୦/୬: ପୋଲସରା ଥାନା ମଥୁରା ଗ୍ରାମରେ ମଙ୍ଗଳବାର ରାତ୍ର ସମୟରେ ମଦ ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉକ୍ତ ଘଟଣାରେ ଉଭୟ ଗୋଷ୍ଠୀର ତିନି ଜଣ ଆହତ ହୋଇଛନ୍ତି । ଆହତ ମାନେ ହେଲେ ମଥୁରା ଗ୍ରାମର ଜିତେନ୍ଦ୍ର ଖଟେଇ, ରୁଦ୍ର ସେଠି ଓ ଡୋଙ୍ଗରି ଗ୍ରାମର ରାଜେଶ ଦଳେଇ। ଜିତେନ୍ଦ୍ର ଖଟେଇଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ବେଳେ ରୁଦ୍ର ସେଠିଙ୍କ ଗୋଡ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି । ଆହତ ମାନଙ୍କୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି। ପୋଲସରା ଥାନାଧିକାରୀ କୌଶିକ ମାଝୀ ପୁରା ଟିମ ପହଂଚି ଘଟଣାକୁ ଆୟତ କରି ତଦନ୍ତ ଚଳାଇଛନ୍ତି । ଖବର ଲେଖା ଯିବା ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ରହିଛି ।

ଆପ୍ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବ...