ଚାନ୍ଦବାଲି, ୩।୧୦: ଚାନ୍ଦବାଲି ନିର୍ବାଚନ କ୍ଷେତ୍ର ଖେରଙ୍ଗ ପଞ୍ଚାୟତରେ ଉଗ୍ର ରୂପ ଧାରଣ କରିଛି ରାଜନୈତିକ କନ୍ଦଳ । ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଖେରଙ୍ଗ ପଞ୍ଚାୟତକୁ ମା’ ଦୁର୍ଗାଙ୍କ ମେଢ଼ ଦର୍ଶନ ପାଇଁ ଯାଇଥିଲେ । ଉକ୍ତ ପଞ୍ଚାୟତରେ କେହି ଦୁର୍ବୃତ୍ତ ବିଜେପି ଦଳର ବ୍ୟାନରକୁ ଚିରିବା ଘଟଣାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ପାଟି ତୁଣ୍ଡ ଆରମ୍ଭ ହେବା ସହ ଉଭୟ ଦଳର ଲୋକେ ଠେଲା ପେଲା ଲାଗିଥିଲେ । ସେଥିରେ ବିଧାୟକ ହଟହଟା ହୋଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିଧାୟକଙ୍କୁ ସେଠାରୁ ବାହାରି କରିଥିଲେ