କଟକ, ୨୭।୨  : ରେଭେନ୍ସାରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ।ଏଥିରେ ଜଣେ ଛାତ୍ର ଆହତ ହୋଇଛି। କ୍ରିକେଟ୍‌ ଖେଳକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଆହତ ଛାତ୍ର ଜଣକ ଲଳିତଗିରି ହଷ୍ଟେଲରେ ରହୁଥିଲେ। 

କ୍ରିକେଟ ଖେଳକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟର ଇଷ୍ଟ ହଷ୍ଟେଲ ଓ ଲଳିତଗିରି ହଷ୍ଟେଲ  ଛାତ୍ରଙ୍କ ମଧ୍ୟରେ ଗୁରୁବାର ଅପରାହ୍ନରେ  ଗଣ୍ଡଗୋଳ ହୋଇଥିଲା। ଏଥିରେ ଲଳିତଗିରି ହଷ୍ଟେଲର ଜଣେ ଛାତ୍ର ଆହତ ହୋଇଥିଲେ। ତାଙ୍କୁ  ଏସସିବିରେ ଭର୍ତ୍ତି କରାଯାଇଛି। ଖବର ପାଇ  ମାଲଗୋଦାମ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।