ଭଦ୍ରକ, ୨୮/୦୯: ନିଜ ଭାଇକୁ ମଦ ପିଇବାକୁ ବାରଣ କରିବାରୁ ଗୋଷ୍ଠୀ ସଙ୍ଘର୍ଷ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ପାଳିଆ ମହାଳିକ ସାହିରେ ଶନିବାର ରାତିରେ ଗୋଷ୍ଠୀ ସଙ୍ଘର୍ଷ ହୋଇଛି । ଦୁର୍ବୁତ୍ତଙ୍କ ଆକ୍ରମଣରେ ଦୁଇ ମହିଳାଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ମେଡିକାଲରେ ୫ ଜଣ ଓ ତିହିଡି ମେଡିକାଲରେ ୨ ଜଣ ଚିକିତ୍ସିତ ହେଉଛନ୍ତି ।
ଅଭିଯୋଗ ଅନୁଯାୟୀ, କେତେକ ଯୁବକଙ୍କ ସହ ପାଳିଆ ମହାଳିକ ସାହିର ଜଣେ ଯୁବକ ମଦ୍ୟପାନ କରୁଥିଲେ । ଏତିକି ବେଳେ ଯୁବକଙ୍କ ତାଙ୍କ ବଡ଼ ଭାଇ ଆସି ତାଙ୍କୁ ଆକଟ କରି କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜିଂଝାରପୁର ମଳିକସାହିର କିଛି ଯୁବକ ବଡ ଭାଇକୁ ନିସ୍ତୁକ ମାଡ଼ ମରିବା ସହ ଗ୍ରାମରେ ପଶି ଆକ୍ରମଣ କରିଥିଲେ । ଯାହାକୁ ନେଇ ତିହିଡି ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।