ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ ବୃଦ୍ଧି ପାଇଛି । ଡିସେମ୍ବର ମାସାରେ ଦେଶରେ ୭.୩ ପ୍ରତିଶତକୁ ବଢ଼ିଛି ଜିଏସଟି ସଂଗ୍ରହ । ଡିସେମ୍ବର ୨୦୨୪ ସୁଦ୍ଧା ମୋଟ ୧.୭୭ ଲକ୍ଷ କୋଟି ଟଙ୍କା ଜିଏସଟି କଲେକ୍ସନ ହୋଇଥିବା ଜଣାପଡ଼ିଛି । ଡିସେମ୍ବର ୨୦୨୩ରେ ୧.୬୫ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିଲା । 

ଡିସେମ୍ବର ୨୦୨୪ରେ ଜିଏସଟି କଲେକ୍ସନ

କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି): ୩୨,୮୩୬ କୋଟି ଟଙ୍କା

ରାଜ୍ୟ ଜିଏସଟି (ଏସ୍‌ଜିଏସଟି): ୪୦, ୪୯୯ କୋଟି

ଏକୀକୃତ ଜିଏସଟି (ଆଇଜିଏସ୍‌ଟି): ୪୭,୭୮୩ କୋଟି ଟଙ୍କା

ସେସ୍‌: ୧୧,୪୭୧ କୋଟି ଟଙ୍କା

ଘରୋଇ ସେକ୍ଟରରେ ଜିଏସଟି ସଂଗ୍ରହ ୮.୪ ପ୍ରତିଶତ ବା ୧.୩୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଡିସେମ୍ବର ତୁଳନାରେ ନଭେମ୍ବର ମାସରେ ଜିଏସଟି ସଂଗ୍ରହ ଅଧିକ ହୋଇଥିଲା । ନଭେମ୍ବର ୨୦୨୩ରେ ୧.୮୨ ଲକ୍ଷ କୋଟି ହୋଇଥିଲା ଜିଏସଟି କଲେକ୍ସନ । କିନ୍ତୁ ଏପ୍ରିଲ ୨୦୨୪ରେ ଦେଶରେ ସର୍ବାଧିକ ୨.୧୦ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା ।  ଗତରର୍ଷ ଡିସେମ୍ବର ତୁଳନାରେ ଏଥର ୩୧ ପ୍ରତିଶତ ଅଧିକ ରିଫଣ୍ଡ ହୋଇଛି । ଜିଏସଟି ସଂଗ୍ରହରେ ଲଗାତାର ବୃଦ୍ଧି ଘରୋଇ ଆର୍ଥିକି ଗତିବିଧିର ବୃଦ୍ଧିକୁ ଦର୍ଶାଉଛି । ଜିଏସଟି ବ୍ୟବସ୍ଥା ଦେଶର ଆର୍ଥିକ ରଣନୀତିରେ ମହତ୍ବପୂର୍ଣ୍ଣ ସ୍ତମ୍ଭ ଭାବେ ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି ।