​​​​​​​ନୂଆଦିଲ୍ଲୀ,୦୧/୦୨; ଆଉ କିଛି ର ଅପେକ୍ଷା । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ । ଏଥର କିପରି ରହିବ ବଜେଟର ରୂପରେଖ ? କାହାକୁ ମିଳିବ ଅଧିକ ଫାଇଦା। କେଉଁ ଶ୍ରେଣୀ ଅଧିକ ଖୁସି ହେବେ । ଏଥର ବଜେଟରେ କ’ଣ ଶସ୍ତା ହେବ ଓ କ’ଣ ମହଙ୍ଗା ହେବ ତା’ ଉପରେ ସମସ୍ତଙ୍କ ନଜର । ଏହା ପୂର୍ବରୁ ସରକାର ଏକ ଖୁସି ଖବର ଦେଇଛନ୍ତି । ଜାନୁଆରୀ ମାସରେ ଜିଏସଟି ସଂଗ୍ରହ ରେକର୍ଡ କରିଛି । ଜାନୁଆରୀରେ ଜିଏସଟି ୧.୯୩ ଲକ୍ଷ କୋଟି ସଂଗ୍ରହ ହୋଇଛି । ଗତ ବର୍ଷ ତୁଳନାରେ ୬.୨% ଅଧିକ ଜିଏସଟି ଆଦାୟ ହୋଇଛି ।

​​​​​​​ଡିସେମ୍ବର ତୁଳନାରେ ଜାନୁଆରୀରେ GST ସଂଗ୍ରହରେ ବୃଦ୍ଧି ଘଟିଛି, ଯାହା ବର୍ଷ ବର୍ଷ ତୁଳନାରେ ୬.୨% ବୃଦ୍ଧି ପାଇଛି । ଡିସେମ୍ବରରେ ଜିଏସଟି କଲେକ୍ସନ ୧.୭୫ ଲକ୍ଷ କୋଟି ହୋଇଥିଲା । ଏହି ଅଧାରରେ ସଂଗ୍ରହରେ ୬.୧ ପ୍ରତିଶତ ବୃଦ୍ଧି ହୋଇଥିଲା । ଡିସେମ୍ବର ୨୦୨୪ରେ ଜିଏସଟି ସଂଗ୍ରହ ଭାବରେ ୧.୬୪ ଲକ୍ଷ କୋଟି ଟଙ୍କା ସରକାରୀ ରାଜକୋଷକୁ ଆସିଥିଲା। ଆର୍ଥିକ ବର୍ଷ ୨୬ ଯାଏ ଏପ୍ରିଲ- ଡିସେମ୍ବର ମଧ୍ୟରେ ଜିଏସଟି କଲେକ୍ସନ ୧୬.୫ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଗତ ବର୍ଷ ସମାନ ଅବଧିରେ ୧୫.୨ ଲକ୍ଷ କୋଟି ଟଙ୍କା ଥିଲା । ଏହା ୮.୬% ବୃଦ୍ଧି ହୋଇଛି । ଆର୍ଥିକ ବର୍ଷ ୨୫ରେ ମୋଟ ଜିଏସଟି ସଂଗ୍ରହ ୨୨.୦୮ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଆର୍ଥିକ ବର୍ଷ ୨୪ ତୁଳନାରେ ୯.୪% ଅଧିକ ଥିଲା ।

ଏହା ବି ପଢନ୍ତୁ...ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା, ଆଉ କିଛି ଘଣ୍ଟା ପରେ ଖୋଲିବ ବଜେଟ୍ ପେଡ଼ି

​​​​​​​ସ୍ଥିର ରାଜସ୍ୱ ସଂଗ୍ରହର ସଙ୍କେତ- ସରକାରୀ ସୂଚନା ଅନୁଯାୟୀ, ଜାନୁଆରୀ ୨୦୨୬ରେ ମୋଟ ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ୧,୯୩,୩୮୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହା ବାର୍ଷିକ ୬.୨% ବୃଦ୍ଧି ହୋଇଛି । ସୂତ୍ର ଅନୁଯାୟୀ ଜାନୁଆରୀ ୨୦୨୫ରେ ଜିଏସଟି ସଂଗ୍ରହ ୧,୮୨,୦୯୪ କୋଟି ଟଙ୍କା ଥିଲା, ଯାହା ଜାନୁଆରୀ ୨୦୨୬ରେ ୧,୯୩,୩୮୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ସ୍ଥିର ରାଜସ୍ୱ ସଂଗ୍ରହକୁ ସୂଚିତ କରୁଛି । ଘରୋଇ GST ସଂଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ତୁଳନାରେ ୪.୮% ବୃଦ୍ଧି ପାଇ ୧,୪୧,୧୩୨ କୋଟିରେ ପହଞ୍ଚିଛି । ଆମଦାନୀ GST ସଂଗ୍ରହ ମଜଭୂତ ରହିଛି । ମୋଟ ଆମଦାନୀ ରାଜସ୍ୱ ୫୨, ୨୫୩ କୋଟି ହୋଇଛି, ଯାହା ଜାନୁଆରୀ ୨୦୨୫ ତୁଳନାରେ ୧୦.୧% ବୃଦ୍ଧି ପାଇଛି।​​​​​​​