ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମହଙ୍ଗା ହେବ କୋଲ୍ଡ ଡ୍ରିଙ୍କସ, ସିଗାରେଟ ଓ ତମାଖୁ, ୩୫% ଜିଏସଟି ଲଗାଇବାକୁ ସୁପାରିଶ୍

Published By : Ankita S | December 3, 2024 11:51 AM

ନୂଆଦିଲ୍ଲୀ,୦୩/୧୨: ସିଗାରେଟ, ତମାଖୁ ସେବନ କରୁଥିବା ଲୋକଙ୍କ ପକେଟ୍ ହୋଇଯିବ ଖାଲି । ଆଗାମୀ ଦିନରେ ସେମାନଙ୍କ ଖର୍ଚ୍ଚ ବଢିବାକୁ ଯାଉଛି । ଏହି ଜିନିଷ ଉପରେ ଜିଏସଟି ବଢିବ । ଜିଏସଟି କାଉନସିଲ ବୈଠକ ପୂର୍ବରୁ ମନ୍ତ୍ରୀଙ୍କ ମଧ୍ୟରେ ବସିଥିବା ଏକ ବୈଠକରେ ତମାଖୁ ସାମଗ୍ରୀ ଉପରେ ୨୮%ରୁ ବଢି ୩୫% କରିବାକୁ ସୁପାରିଶ ହୋଇଛି । ଏ ନେଇ ଆସନ୍ତା ୨୧ ତାରିଖରେ ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯିବ ।

ମହଙ୍ଗା ହେବ ତମାଖୁ ସାମଗ୍ରୀ- ମିଳିଥିବା ସୂଚନା ଅନୁସାରେ, ଜିଏସଟି ଦରକୁ ନେଇ ମନ୍ତ୍ରୀ ସମୂହଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏଥିରେ ସିଗାରେଟ, ତମାଖୁ ଭଳି ହାନିକାରକ ସାମଗ୍ରୀ ସହ କୋଲ୍ଡ ଡ୍ରିଙ୍ଗ ବା ମୃଦ୍ୟୁପାନୀୟ ଉପରେ ଜିଏସଟି ବୃଦ୍ଧି କରାଇବାକୁ ସୁପାରିସ ହୋଇଥିଲା । ବର୍ତ୍ତମାନ ଏହି ସାମଗ୍ରୀ ଉପରେ ଜିଏସଟି ୨୮% ରହିଛି । ଏହାକୁ ୩୫% କରିବାକୁ ସୁପାରିଶ ହୋଇଛି । ଏହା ଉପରେ ଫାଇନାଲ ନିଷ୍ପତ୍ତି ଡିସେମ୍ବର ୨୧ ତାରିଖରେ ନିଆଯିବ । ଯଦି ସରକାର ଜିଏସଟି ବଢାଇବାକୁ ନିଷ୍ପତ୍ତି ନେଉଛନ୍ତି ତେବେ ଏହା ଦର ଏକ ଲମ୍ବା ଡିଆଁ ଦେବ ।

ରେଡିମେଡ ଡ୍ରେସ୍ ଉପରେ ବଢିବ ଜିଏସଟି- ବୈଠକରେ ମୋଟ ୧୪୮ଟି ଆଇଟମ୍ ଉପରେ ଜିଏସଟି ଟିକସ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ ରେଡିମେଡ କପଡା ଉପରେ ମଧ୍ୟ ଜିଏସଟି ବୃଦ୍ଧି କରିବାକୁ ଆଲୋଚନା ହୋଇଛି । ୧, ୫୦୦ ଟଙ୍କା ଡ୍ରେସ୍ ଉପରେ ୫ ପ୍ରତିଶତ, ୧,୫୦୦ରୁ ୧୦,୦୦୦ ଟଙ୍କା ମଧ୍ୟରେ ୧୮ ପ୍ରତିଶତ ଓ ୧୦,୦୦୦ରୁ ଅଧିକ ହେଲେ ୨୮ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ।  ଏହି ସଂଶୋଧନ ରାଜସ୍ବ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

ଡିସେମ୍ବର ୨୧ରେ ଜିଏସଟି ପରିଷଦ ବୈଠକ- ଆସନ୍ତା ୨୧ ତାରିଖରେ ଜିଏସଟି କାଉନସିଲ ବୈଠକ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ୫୫ତମ ଜିଏସଟି ପରିଷଦ ବୈଠକ । ଏହି ବୈଠକରେ ନିଷ୍ପତ୍ତି ନିଆଯିବ ।

୨୦୧୭ରେ ଲାଗୁ ହୋଇଥିଲା ଜିଏସଟି- ୨୦୧୭ରେ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହୋଇଥିଲା । ଦେଶ ସ୍ବାଧୀନ ପରେ ଏହା ସବୁଠୁ ବଡ ଟିକସ ସୁଧାର ବୋଲି କୁହାଯାଏ । ୨୦୧୭ ମାର୍ଚ୍ଚ ୨୯ରେ ଜିଏସଟି ବିଲ୍ ପାସ୍ ହୋଇଥିଲା । ଜୁଲାଇ ୧ରେ ନୂଆ ଟିକସ୍ ବ୍ୟବସ୍ଥା ଲାଗୁ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.