ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଡି. ଗୁକେଶଙ୍କ ଐତିହାସିକ ସଫଳତାର ଶ୍ରେୟ ନେବାକୁ ପ୍ରତିଯୋଗିତା, ଜୋର ଧରିଛି ତେଲୁଗୁ-ତାମିଲ ଚର୍ଚ୍ଚା

Published By : Tapas Panda | December 13, 2024 11:32 PM

ନୂଆଦିଲ୍ଲୀ: ସର୍ବକନିଷ୍ଠ ବିଶ୍ବ ଚେସ୍‌ ଚାମ୍ପିଅନ ଗୁକେଶ ଡୋମାରାଜୁଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ତାଙ୍କର ଏହି ଐତିହାସିକ ସଫଳତା ପାଇଁ ଦେଶବାସୀ ନିଜକୁ ଗର୍ବିତ ମନେ କରୁଥିବା ବେଳେ ଡି. ଗୁକେଶ କାହାର ବୋଲି ପ୍ରଶ୍ନ ଉଠିଲାଣି । ପ୍ରକୃତରେ ଗୁକେଶ ତାମିଲନାଡୁ ନା ଆନ୍ଧ୍ର ପ୍ରଦେଶର ? ଏଭଳି ଏକ ଚର୍ଚ୍ଚାର କାରଣ ମଧ୍ୟ ସେମିତି । 

ଗୁକେଶଙ୍କ ସଫଳତାର ଶ୍ରେୟ ନେବାକୁ ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଗୁକେଶଙ୍କ ବାପା-ମା’ ଆନ୍ଧ୍ର ପ୍ରଦେଶର ମୂଳ ବାସିନ୍ଦା ହୋଇଥିବା ବେଳେ ଗୁକେଶ ଚେନ୍ନାଇରେ ଜନ୍ମ ହୋଇଛନ୍ତି । ସେଇଠାରେ ହିଁ ପଢ଼ିଛନ୍ତି ଓ ବଢ଼ିଛନ୍ତି । ବିଶ୍ବ ଦରବାରରେ ଇତିହାସ ରଚିବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଗୁକେଶଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ତାଙ୍କୁ ପ୍ରଶଂସା କରି ଷ୍ଟାଲିନ ଗୁରୁବାର ସକାଳ ୭ଟା ୨୫ରେ ଏକ ଟ୍ବିଟ୍‌ କରିଥିଲେ । ଏହାକୁ ଦେଖି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟ୍ବିଟ୍‌ କରି ଗୁକେଶଙ୍କୁ ‘ଆମ ତେଲୁଗୁ ପିଲା’ ବୋଲି କହିଛନ୍ତି । ବାସ୍‌ ଏହା ପରେ ଗୁକେଶ ତେଲୁଗୁ ନା ତାମିଲ ପିଲା, ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 




ଚେନ୍ନାଇରେ ଜନ୍ମିତ ଗୁକେଶଙ୍କ ପାଇଁ ତାମିଲନାଡ଼ୁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏକ୍ସରେ ପୋଷ୍ଟରେ ଲେଖିଛନ୍ତି ।  ଗୁକେଶଙ୍କ ବିଜୟ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଲେଖଛନ୍ତି, 'ସର୍ବକନିଷ୍ଠ ୱାର୍ଲଡ ଚେସ୍ ଚାମ୍ପିଅନ ହୋଇଥିବାରୁ ଡି. ଗୁକେଶଙ୍କୁ ଶୁଭେଚ୍ଛା । ଆପଣଙ୍କ ଉଲ୍ଲେଖନୀୟ ସଫଳତା ତାମିଲନାଡୁର ସମୃଦ୍ଧ ଚେସ୍ ଇତିହାସକୁ ଅଧିକ ବଢାଇଛି ଏବଂ ଚେନ୍ନାଇକୁ ପୁଣି ଥରେ ବିଶ୍ୱ ଚେସ୍ ରାଜଧାନୀ ଭାବରେ ସ୍ଥାନ ଦେବାରେ ସାହାଯ୍ୟ କରଛି । ଆପଣଙ୍କ ପାଇଁ ତାମିଲନାଡୁ ଗର୍ବିତ ।' 




ଏହାପରେ ଶୁକ୍ରବାର ଅପରାହ୍ଣରେ ଏକ୍ସରେ ଆଉ ଏକ ପୋଷ୍ଟ କରି ଗୁକେଶଙ୍କ ପାଇଁ ୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଅନ୍ୟପଟେ ଗୁରୁବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର କିଛି ମିନିଟ୍ ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ଏକ୍ସ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି 'ଆମ ଅତି ନିଜର ତେଲୁଗୁ ପୁଅକୁ ହାର୍ଦ୍ଦିକ ଅଭିନନ୍ଦନ । ସମଗ୍ର ଦେଶ ଆପଣଙ୍କର ଅବିଶ୍ୱସନୀୟ ସଫଳତାକୁ ଉତ୍ସବ ଭାବେ ପାଳନ କରୁଛି । ଆଗାମୀ ଦଶନ୍ଧିରେ ତୁମକୁ ଆହୁରି ଅଧିକ ବିଜୟ ଏବଂ ପ୍ରଶଂସା ମିଳୁ । ଏଥିପାଇଁ ଶୁଭେଚ୍ଛା।’ ଗୁକେଶଙ୍କ ସଫଳତାର ଶ୍ରେୟ ନେବାକୁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଲାଗିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.