ଭୁବନେଶ୍ୱର,୨୬/୦୩: ଗୁଲୁଗୁଡା ଏଏନଏମଙ୍କ ଘରୁ ୨ କେଜି ୪୪୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହା ସହ ଏକ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି ପଦ୍ମପୁର ପୋଲିସ । ଏହି ଘଟଣାରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡା ଏଏନଏମ ଜ୍ୟୋସ୍ନାରାଣୀ ସେଠିଙ୍କୁ ଗିରଫ କରାଯାଇଛି । 

ସୂଚନା ମୁତାବକ, ଗୁଲୁଗୁଡା ଏଏନଏମଙ୍କ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ହୋଇ ରଖା ଯାଇଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ତୁରନ୍ତ ତାଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ଏଏନଏମ ଜ୍ୟୋସ୍ନାରାଣୀ ସେଠିଙ୍କ ଧରୁ ୨ କେଜି ୪୪୦ ଗ୍ରାମ ଗଞ୍ଜେଇ ସହ ଏକ ମୋବାଇଲ୍‌ ଫୋନ୍‌ ଜବତ କରିଛି ପୋଲିସ । ଏହା ସହ ଏଏନଏମ ଜ୍ୟୋସ୍ନାରାଣୀ ସେଠିଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ ।