ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ

Published By : Harapriya Sethi | March 26, 2025 2:19 PM

ଭୁବନେଶ୍ୱର,୨୬/୦୩: ଗୁଲୁଗୁଡା ଏଏନଏମଙ୍କ ଘରୁ ୨ କେଜି ୪୪୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହା ସହ ଏକ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି ପଦ୍ମପୁର ପୋଲିସ । ଏହି ଘଟଣାରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡା ଏଏନଏମ ଜ୍ୟୋସ୍ନାରାଣୀ ସେଠିଙ୍କୁ ଗିରଫ କରାଯାଇଛି । 

ସୂଚନା ମୁତାବକ, ଗୁଲୁଗୁଡା ଏଏନଏମଙ୍କ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ହୋଇ ରଖା ଯାଇଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ତୁରନ୍ତ ତାଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ଏଏନଏମ ଜ୍ୟୋସ୍ନାରାଣୀ ସେଠିଙ୍କ ଧରୁ ୨ କେଜି ୪୪୦ ଗ୍ରାମ ଗଞ୍ଜେଇ ସହ ଏକ ମୋବାଇଲ୍‌ ଫୋନ୍‌ ଜବତ କରିଛି ପୋଲିସ । ଏହା ସହ ଏଏନଏମ ଜ୍ୟୋସ୍ନାରାଣୀ ସେଠିଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.