ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଗୁଣପୁରର ‘ଆଶା’ ସ୍ଵେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର ହତ୍ୟା ମାମଲା, ଅଭିଯୋଗକାରୀଙ୍କ ବୟାନ ରେକର୍ଡ

Published By : Rasmita Pradhan | May 19, 2025 2:26 PM

ଗୁଣପୁର, ୧୯/୦୫ : ରାୟଗଡ଼ା ଜିଲ୍ଲା ଗୁଣପୁରର ବହୁ ଚର୍ଚ୍ଚିତ ‘ଆଶା’ ସ୍ଵେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର ହତ୍ୟା ମାମଲା। ଅଭିଯୋଗକାରୀ ସତ୍ୟ ପ୍ରକାଶ ଶତପଥୀଙ୍କ ବୟାନ ରେକର୍ଡ କରାଯାଇଛି। ଗୁଣପୁର ଏଡିଜେ ଦେବଦତ୍ତ ପଟ୍ଟନାୟକ ଅଭିଯୋଗକାରୀଙ୍କ ବୟାନ ଲିପିବଦ୍ଧ କରିଛନ୍ତି। ଅଭିଯୋଗକାରୀ ଘଟଣା ଦିନର ସମସ୍ତ ବିଷୟ ପ୍ରକାଶ କରଛନ୍ତି । 

ସୂଚନାନୁଯାୟୀ, ସାକ୍ଷ୍ୟ ଗ୍ରହଣ ସମୟରେ ୬ ଜଣ ଅଭିଯୁକ୍ତ କାଠଗଡାରେ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ରାଜେନ୍ଦ୍ର ପ୍ରସାଦ ସାହୁ ଏଵଂ ଅଭିଯୁକ୍ତଙ୍କ ପାଇଁ ଉମା ଚରଣ ପଟ୍ଟନାୟକ, ଫଣୀ ଭୂଷଣ ପଟ୍ଟନାୟକ ଏଵଂ  ଅଶୋକ ଧୂଳି ମାମଲା ପରିଚାଳନା କରିଥିଲେ। ଜମିଜମା ବିବାଦରୁ ୩୦ ଲକ୍ଷ ଟଙ୍କାର ସୁପାରି ଡିଲ୍ କରାଯାଇ ଗୌରୀ ମିଶ୍ରଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ସେତେବେଳେ ଜଣାପଡ଼ିଥିଲା। ୨୦୨୩ ମେ’ ୧୩ ତାରିଖ ରାତି ସାଢେ ୯ ଟାରେ ବଂଶଧାରା ସେତୁ ଉପରେ ଗୌରୀ ମିଶ୍ର କିଛି ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଭି. ରାଜେଶ, ମୁନା ଲିମା ଓ କାହ୍ନା ପ୍ରଧାନ ଏକ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ଡିଲ୍ ମୁତାବକ ରାଜେଶ ବନ୍ଧୁକ ବାହାର କରି ଗୌରୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.