ନୂଆଦିଲ୍ଲୀ,୧୪/୧୨; ଅଷ୍ଟ୍ରେଲିଆର ସିଡନୀର ବୋଣ୍ଡି ବିଚ୍ରେ ଭୀଷଣ ଗୁଳିକାଣ୍ଡ ଘଟିଛି । ଲୋକମାନେ ୟହୁଦୀ ପର୍ବରେ ସାମିଲ ହୋଇଥିଲେ । ଏହି ସମୟରେ ଆତତାୟୀ ଆଖିବୁଜା ଗୁଳିମାଡ କରିଛନ୍ତି । ବୋଣ୍ଡି ବିଚ୍ରେ ଗୁଳିକାଣ୍ଡ ଘଟିବା ପରେ ଆତଙ୍କ ସୃଷ୍ଟି ହୋଇଛି । ଏକାଧିକ ରାଉଣ୍ଡ ଗୁଳିମାଡ ହୋଇଥିବା ଜଣାପଡ଼ିଛି । ପୁଲିସ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି । ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଳିକାଣ୍ଡରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ପର୍ବରେ ୨୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଗୁଳିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କଳା ପୋଷାକ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ଏବଂ ହାତରେ ରାଇଫଲ୍ ଧରିଥିବା ଦେଖାଯାଉଛି, ଯେଉଁମାନେ ଏକ ଉଚ୍ଚ କୋଠାରୁ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବା ଦେଖାଯାଉଛି । ୨ ଜଣଙ୍କୁ ଅଟକ ରଖାଯାଇଛି ।
ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ସିଡନୀରେ ୟିହୂଦୀ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି, "ଅଷ୍ଟ୍ରେଲିଆର ସିଡନୀରେ ଭାଇଭଉଣୀମାନେ ପର୍ବରେ ସାମିଲ ହେବାକୁ ବଣ୍ଡି ବିଚ୍ ଯାଇଥିବା ତାଙ୍କ ଉପରେ ଆତଙ୍କବାଦୀଙ୍କ ଦ୍ୱାରା ଏକ ନୃଶଂସ ଆକ୍ରମଣର ଶିକାର ହୋଇଛନ୍ତି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ, ଏବଂ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରୁଛୁ। "