ପ୍ରମୂଖ ଖବର
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ଉଧାରୀ ନଦେବାରୁ ଗୁପୁଚୁପ ବିକାଳିକୁ ପନିକିରେ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି

Published By : Bijay Swain | May 17, 2025 11:40 PM

ରେଢ଼ାଖୋଲ, ୧୭/୫(ଆପ୍ର): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ନବ‌ଘନପୁର ଗ୍ରାମରେ ଶନିବାର ରାତିରେ ଜଣେ ଗୁପୁଚୁପ ବିକାଳିକୁ ପନିକିରେ ଆକ୍ରମଣ କରାଯାଇଛି। ଗୁପୁଚୁପ ବିକାଳି ଜଣକ ହେଲେ ହେମାମୁରା ଗ୍ରାମର ଲବ ସାହୁ। ସେ ଗାଁ ଗାଁ ବୁଲି ଗୁପୁଚୁପ ବିକନ୍ତି। ଆଜି ସେ ରାତିରେ ଗାଁ ପାଖ ନବ‌ଘନପୁର ଗ୍ରାମକୁ ଗୁପୁଚୁପ ବିକିବା ପାଇଁ ଯାଇଥିଲେ। ଜଣେ ଯୁବକ ଆସି ତାଙ୍କୁ ୨୦ ଟଙ୍କାର ଗୁପୁଚୁପ ଧାର ମାଗିଥିଲା। ଉଧାରୀରେ ଗୁପଚୁପ ଦେବା ପାଇଁ ଲବ ସାହୁ ମନା କରିବାରୁ ଯୁବକ ଜଣକ ଉତ୍ୟକ୍ତ ହୋଇ ଏକ ପନିକିରେ ବେକରେ ହାଣି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଲବ ସାହୁକୁ ଗାଁ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.