ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜିମ୍‌ ପ୍ରଶିକ୍ଷକଙ୍କୁ ହତ୍ୟା ଉଦ୍ୟମ ଘଟଣା: ମିଳିଲା ଖୋକା, ସନ୍ଦେହରେ ୭ ଅଟକ

Published By : Prameya | February 16, 2025 2:35 PM

ରାଉରକେଲା,୧୬/୦୨: ବନ୍ଧମୁଣ୍ଡା ଥାନା  ଅନ୍ତର୍ଗତ ‘ସି’ ସେକ୍ଟର ଅଞ୍ଚଳରେ ଜିମ୍‌ ପ୍ରଶିକ୍ଷକ ଶ୍ୟାମଲ ସରକାରଙ୍କ ଉପରେ ଶୁକ୍ରବାର ହୋଇଥିଲା  ଆକ୍ରମଣ । ତାଙ୍କୁ ଜୀବନରୁ ମାରି ଦେବା ଲାଗି  କେତେକ ଯୁବକ ଦୁଇ ରାଉଣ୍ଡ ଗୁଳି ଚଳାଇବା ସହ  ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ  ଶ୍ୟାମଲଙ୍କ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ  ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍‌  ଘଟଣା ସ୍ଥଳରେ ଗୋଟିଏ  ଖୋକା ଜବତ କରିଛି । ୭ ଜଣ ଯୁବକଙ୍କୁ ସନ୍ଦେହରେ  ଥାନାରେ ଅଟକ ରଖି ଚଳାଇଛି ପଚରାଉଚରା । 

ବନ୍ଧମୁଣ୍ଡା ‘ଡି’ ସେକ୍ଟରରେ ରହୁଥିବା ଶ୍ୟାମଲ  ‘ସି’ ସେକ୍ଟର ଠାରେ ଥିବା ଜିମ୍‌ରେ ପିଲାଙ୍କୁ  ପ୍ରଶିକ୍ଷଣ ଦେଇ ରାତି ପ୍ରାୟ ୭ଟା ସମୟରେ ଘରକୁ  ଫେରୁଥିଲେ । ଏହି ସମୟରେ ୧୦ରୁ ଊଦ୍ଧ୍ୱର୍ ଯୁବକ  ହଠାତ ସେଠାରେ ପହଞ୍ଚି ଶ୍ୟାମଲଙ୍କ ଉପରକୁ  ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ହେଲେ ଗୁଳିଟି  ଲକ୍ଷ୍ୟଚ୍ୟୁତ ହୋଇଥିଲା । ଏହା ପରେ ସମ୍ପୃକ୍ତ  ଯୁବକମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲେ । 

ଶନିବାର ପୁଲିସ୍‌ର  ଏକ ଟିମ୍‌ ଘଟଣା ସ୍ଥଳକୁ ଯାଇ ଛାନ୍‌ଭିନ କରିବା  ସହ ଏକ ଖୋକା ପାଇଥିଲା । ପୁଲିସ୍‌ ସନ୍ଦେହରେ ୭  ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା  ଚଳାଇଥିବା ବେଳେ କଣ ପାଇଁ ଶ୍ୟାମଲଙ୍କୁ  ଆକ୍ରମଣ କରାଗଲା, ଆକ୍ରମଣକାରୀମାନେ  କିଏ ଓ ସେମାନେ ବନ୍ଧୁକ କେଉଁଠୁ ଆଣିଥିଲେ  ତାର ଟିକିନିକି ତଦନ୍ତ ଚଳାଇଛି ପୁଲିସ୍‌ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.