ନୂଆଦିଲ୍ଲୀ,୨୩/୦୬: ଏଚ୍୧ ବି ଭିସାରେ କାମ କରୁଥିବା ୩ ଭାରତୀୟଙ୍କ ଭିସାକୁ ରଦ୍ଦ କରିଛି ଆମେରିକା । ଏମାନଙ୍କୁ ଆମେରିକାରେ ପ୍ରବେଶ ନେଇ ବାରଣ ହୋଇଥିବାରୁ ଆବୁଧାବି ବିମାନ ବନ୍ଦରରୁ ଫେରାଇ ଦିଆଯାଇଛି । ଏହି ୩ କର୍ମଚାରୀ ଅନୁମତି ଠାରୁ ଅଧିକ ସମୟ ଭାରତରେ ବିତାଇଥିଲେ । ଜଣେ କର୍ମଚାରୀ ୩ ମାସ ଯାଏ ଭାରତରେ ରହିଥିଲେ । ଅନ୍ୟ ଜଣେ ୩ ମାସରୁ ଅଧିକ ସମୟ ଓଭରଷ୍ଟେ କରିଥିଲେ । ଏହି ଭାରତୀୟ ନାଗରିକଙ୍କ ନିକଟରେ ଅଧିକ ସମୟ ଦେଶରେ ରହିବା ନେଇ ଜରୁରୀ ପ୍ରମାଣପତ୍ର ଏବଂ କମ୍ପାନି ଜାରି କରିଥିବା ଅନୁମତିପତ୍ର ରହିଥିଲା । ମାତ୍ର ଏହା ସତ୍ତେ୍ୱ ମଧ୍ୟ ସେମାନଙ୍କୁ ଭାରତ ଫେରାଇ ଦିଆଯାଇଛି । ନିୟମମାନିବା ସତ୍ୱେ ଏଭଳି ହୋଇଥିବାରୁ ପ୍ରଭାବିତ କର୍ମଚାରୀମାନେ ସୋସିଆଲ ମିଡିଆରେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ...