ନୂଆଦିଲ୍ଲୀ,୨୩/୦୬:  ଏଚ୍‌୧ ବି  ଭିସାରେ କାମ କରୁଥିବା ୩ ଭାରତୀୟଙ୍କ  ଭିସାକୁ ରଦ୍ଦ କରିଛି ଆମେରିକା ।  ଏମାନଙ୍କୁ ଆମେରିକାରେ ପ୍ରବେଶ ନେଇ ବାରଣ ହୋଇଥିବାରୁ ଆବୁଧାବି ବିମାନ ବନ୍ଦରରୁ ଫେରାଇ ଦିଆଯାଇଛି । ଏହି  ୩ କର୍ମଚାରୀ ଅନୁମତି ଠାରୁ ଅଧିକ ସମୟ ଭାରତରେ ବିତାଇଥିଲେ । ଜଣେ  କର୍ମଚାରୀ ୩ ମାସ ଯାଏ ଭାରତରେ  ରହିଥିଲେ । ଅନ୍ୟ ଜଣେ ୩ ମାସରୁ  ଅଧିକ ସମୟ ଓଭରଷ୍ଟେ କରିଥିଲେ । ଏହି  ଭାରତୀୟ ନାଗରିକଙ୍କ ନିକଟରେ ଅଧିକ  ସମୟ ଦେଶରେ ରହିବା ନେଇ ଜରୁରୀ  ପ୍ରମାଣପତ୍ର ଏବଂ କମ୍ପାନି ଜାରି କରିଥିବା  ଅନୁମତିପତ୍ର ରହିଥିଲା । ମାତ୍ର ଏହା  ସତ୍ତେ୍ୱ ମଧ୍ୟ ସେମାନଙ୍କୁ ଭାରତ ଫେରାଇ  ଦିଆଯାଇଛି । ନିୟମମାନିବା ସତ୍ୱେ ଏଭଳି ହୋଇଥିବାରୁ ପ୍ରଭାବିତ କର୍ମଚାରୀମାନେ  ସୋସିଆଲ ମିଡିଆରେ ଏହାକୁ  ନେଇ ଅସନ୍ତୋଷ ଜାହିର କରିଛନ୍ତି ।