ପୁରୀ, ୧୬/୧୦: ଗୁରୁବାର ଜଗନ୍ନାଥ ମନ୍ଦିର ଭିତରେ ଥିବା ପାର୍ଶ୍ୱ ମନ୍ଦିର ଦର୍ଶନ ସମୟରେ ଜଣେ ହବିଷ୍ୟାଳୀ ସନ୍ତୁଳନ ହରାଇ ପଡ଼ିଯାଇଥିଲେ । ଯାହା ଫଳରେ ତାଙ୍କ ପାଦରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା । ଚିକିତ୍ସକଙ୍କ ଅନୁସାରେ ତାଙ୍କ ପାଦ ମକଚି ହୋଇଯାଇଛି । ତେଣୁ ତାଙ୍କୁ ଚିକିତ୍ସାରେ ରଖାଯାଇଛି ।
ଏସମ୍ପର୍କରେ ଖବର ପାଇ ପୁରୀ ଏସ୍ପି ପ୍ରତୀକ ସିଂହ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ପାଇଁ ନିଜେ ଯାଇ ଦେଖା କରିଥିଲେ । ମହିଳା ଜଣକ ତାଙ୍କୁ କହିଥିଲେ ଯେ, ସେ ନିଜେ ସନ୍ତୁଳନ ହରାଇ ପଡିଯାଇଥିଲେ ଏବଂ ଏହା ଭିଡ଼ କିମ୍ବା ଅନ୍ୟ କାହାର ପେଲା ଠେଲା ଦ୍ୱାରା ହୋଇନଥିଲା ।