ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମଣିଷକୁ ଅପହରଣ କରି ନେଇ ଥିଲେ ଏଲିୟନ ? ୟୁଏଫଓ ସହ ଜଡ଼ିତ ଏହି ସବୁ ଘଟଣାକୁ ଭୁଲି ପାରିବନି ଦୁନିଆଁ

Published By : Prameya | October 6, 2024 11:11 PM

ନୂଆଦିଲ୍ଲୀ –ସାରା ବିଶ୍ୱରେ ଅନେକ ସମୟରେ ଏଲିୟନକୁ ନେଇ ଚର୍ଚ୍ଚା ହୋଇଥାଏ। ପୂରା ବ୍ରହ୍ମାଣ୍ଡରେ କେବଳ ପୃଥିବୀରେ ଜୀବନ ଅଛି କି ? ଏହି ପ୍ରଶ୍ନର ଉତ୍ତର ବୈଜ୍ଞାନିକମାନେ ଏବେସୁଦ୍ଧା ତଲାସ କରି ଚାଲିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ସୂଚନା ନାହିଁ କି ପୃଥିବୀ ବାହାରେ ଜୀବନ ରହିଛି ନା ନାହିଁ । ହେଲେ ବେଳେ ବେଳେ ଏଲିୟନ ସହ ଜଡ଼ିତ କିଛି ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଥାଏ, ଯାହା ସମସ୍ତଙ୍କୁ ଚକିତ ରେ। ଆପଣଙ୍କୁ ଏହି ଏଲିୟନଙ୍କୁ ନେଇ କିଛି ଘଟଣା ବିଷୟରେ କହିବୁ , ଯାହାକି ଖୁବ୍‌ ଆଶ୍ଚର୍ଯ୍ୟକର ମନେହେବ। ଏହି ଘଟଣା ସେତେବେଳେ ଘଟିଥିଲା , ଯେବେ ମଣିଷ ପାଖରେ ଏତେ ଅଧିକ ଟେକନିକ୍‌ ନଥିଲା, ଯେଉଁଥିରେ ତାହାକୁ ଭଲ ଭାବେ ବୁଝି ହୋଇ ପାରିଥାନ୍ତା ।

ୟୁଏଫଓ କ୍ରାଶ ସବୁଠୁ ଚର୍ଚ୍ଚିତ ଘଟଣା- 

ଆମେରିକାର ରୋସୱେଲ କ୍ରାଶ୍‌କୁ ଇତିହାସର ସବୁଠୁ ଚର୍ଚ୍ଚିତ ଘଟଣା ଭାବେ ଦେଖାଯାଏ। ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟର ରୋସୱେଲରେ ୧୯୪୭ ମସିହାରେ ୟୁଏଫଓର କ୍ରାସ୍‌ ହେବା ଘଟଣା ସାମନାକୁ ଆସି ଥିଲା। ଏହି ସମୟରେ ଏକ ରହସ୍ୟମୟୀ ବସ୍ତୁ କ୍ରାସ୍ ହୋଇ ଥିଲା। ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ୟୁଏଫଓର ଭଗ୍ନାବଶେଷ ଥିଲା।

୧୯୭୦ ଦଶକର ପାଖାପାଖି ରୋସୱେଲ କ୍ରାସ୍‌ ହେବାରେ ଅନେକ ଥିଓରି ସାମନାକୁ ଆସିଥିଲା। ଏକ ଥିଓରୀରେ ଆଶ୍ଚର୍ଯ୍ୟକର ଦାବି କରାଯାଇଛି। ଏଥିରେ କୁହାଯାଇଛି ଯେ, ଏହି ଭଗ୍ନାବଶେଷ ସ୍ପେସକ୍ରାଫ୍ଟର ଥିଲା , ଯେଉଁଥିରୁ ଏକ ଶବ ଉଦ୍ଧାର ହୋଇଥିଲା। ଏହି ଶବକୁ ବୈଜ୍ଞାନିକ ମାନେ ଯାଞ୍ଚ କରି ଥିଲେ। ଆମେରିକୀୟ ସେନା ଏହି ବସ୍ତୁକୁ ୟୁଏଫଓ ଭାବେ ସ୍ୱୀକାର କରିଥିଲା, କିନ୍ତୁ କିଛି ଦିନ ପରେ ଏହାକୁ ଏକ ପାଣିପାଗ ବିଜ୍ଞାନର ବେଲୁନର ପାର୍ଟ ଦର୍ଶାଗଲା। ଏହାପରେ ଲୋକେ ଏଲିୟନ ସିପ୍‌କୁ ଲୁଚାଇବାର ଅଭିଯୋଗ କଲେ। 

ଯେବେ ସାଇନିଂ ୟୁଏଫଓ କଲା ଆଶ୍ଚର୍ଯ୍ୟ – ୧୯୯୭ ମସିହାରେ ଲୋକେ ଫିନିକ୍ସ ,ଏରୋଜିନରେ ଆକାଶରେ ଏକ ବଡ଼ ଉଜ୍ଜ୍ୱଳ ବସ୍ତୁକୁ ଉଡ଼ିବାର ଦେଖିଲେ। କିଛି ଲୋକ ଏହାକୁ ସେନାର ବିମାନ କହିଥିଲେ , ତ ଅନେକ ଲୋକ ଏହାକୁ ୟୁଏଫଓ କହିଥିଲେ। ଲୋକେ ଦାବି କରିଥିଲେ କି ସେମାନେ ଏକ ତ୍ରିକୋଣୀୟ ବସ୍ତୁ ଦେଖିଥିଲେ। ଏଥିରେ ହାଲକା ଆଲୋକ ରଶ୍ମୀ ଥିଲା ଏବଂ ଏହି ସିପ୍‌ ଧିରେ ଧିରେ ଫିନିକ୍ସ ଉପର ଦେଇ ଯାଉଥିଲା। ହେଲେ ସରକାର ଏହି ଘଟଣାକୁ ଏକ ସେନା ପ୍ରଶିକ୍ଷଣ ମିଶନ କହିଥିଲେ। 

ଏଲିୟନ ମଣିଷଙ୍କୁ କରିଥିଲା ଅପହରଣ –

ଆମେରିକାର ନ୍ୟୁ ହ୍ୟାମ୍ପସାୟରରେ ଜଣେ ଦମ୍ପତି ଦାବି କରିଥିଲେ କି ଏଲିୟନ ତାଙ୍କର ଅପହରଣ କରି ନେଇ ଥିଲେ। ସେ କହିଥିଲେ କି ଯେବେ ସେ କାରରେ ଘରକୁ ଫେରୁଥିଲେ , ତ ତାଙ୍କର କାର୍ ସାମନାରେ ହଠାତ୍‌ ଏକ ଦ୍ରୁତ ଆଲୋକ ରଶ୍ମୀ ଦେଖା ହୋଇଥିଲା , ଯାହାକୁ ଦେଖି ସେ ଘାବରେଇ ଯାଇଥିଲେ ଏବଂ ହଠାତ୍‌ ତାଙ୍କର ସ୍ମୃତିଶକ୍ତି ଚାଲିଗଲା। ଯେବେ ତାଙ୍କର ହୋସ୍‌ ଆସିଲା , ତ ଜଣାପଡ଼ିଲା କି ସେ ନିଜ ଘର ଠାରୁ ଅନେକ କିଲୋମିଟର ଦୂରରେ ଥିଲେ। 

ଏହି ଦମ୍ପତି ହିପ୍ନୋସିସ ମାଧ୍ୟମରେ ନିଜର ଅନୁଭବକୁ ପୁଣି ଥରେ ମନେପକାଇବାକୁ ଚେଷ୍ଟା କରିଥିଲେ। ସେ ଦାବି କରିଥିଲେ ତାଙ୍କୁ ଏକ ହାଇ ଟେକ୍ନୋଲଡିର ଏଲିୟନ ସିପ୍‌ରେ ଅପହରଣ କରି ନିଆଯାଇ ଥିଲା । ସେଠାରେ ଏଲିୟନ ତାଙ୍କର ଶାରୀରିକ ଯାଞ୍ଚ କରିଥିଲେ । ଏହି ମାମଲାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.