ନୂଆଦିଲ୍ଲୀ,୨୩।୧୧: ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦର ବଡ଼ ଖୁଲାଦା। ‘ମୋସାଦ’ ପକ୍ଷରୁ କୁହାଯାଇଛି ଯେ, ହମାସ ୟୁରୋପରେ ଗୁପ୍ତ ସେଲ୍ସ ମାଧ୍ୟମରେ ଏକ ଅପରେସନାଲ୍ ନେଟଓ୍ବର୍କ ତିଆରି କରୁଛି। ଯାହାକୁ ନିର୍ଦ୍ଦେଶ ମିଳିବା ମାତ୍ରେ  ଯେ କୌଣସି ମୁହୂର୍ତ୍ତରେ ବିସ୍ଫୋରଣ କରିବାର କ୍ଷମତ ରଖିବ। ମୋସାଦ କହିଛି, ୟୁରୋପୀୟ ସୁରକ୍ଷା ସେବା  ସହଯୋଗ କାରଣରୁ ହତିଆରର ସନ୍ଧାନ ମିଳିଛି, ସନ୍ଧିଗ୍ଧଙ୍କୁ ଗିରଫ କରାଯାଇଛି ଓ ବହୁ ଆକ୍ରମଣକୁ ରୋକା ଯାଇଛି। ୟୁରୋପୀୟ ସହଯୋଗୀ ଇସ୍ରାଏଲୀ ଓ ଯୀହୁଦି ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଷଡଯନ୍ତ୍ରକୁ ବିଫଳ କରିବାରେ ସାହାଯ୍ୟ କରିଛି।

ଜର୍ମାନୀ ଓ ଅଷ୍ଟ୍ରିଆ ଭଳି ଦେଶର ମିଳିତ କାର୍ଯ୍ୟାନୁଷ୍ଠାନର ପରିଣାମ ସ୍ବରୂପ ବହୁ ସନ୍ଦିଗ୍ଧଙ୍କୁ କଷ୍ଟଡିରେ ନିଆଯାଇଛି। ନାଗରିକଙ୍କ ବିରୋଧରେ କମାଣ୍ଡରେ ଉପଯୋଗ ପାଇଁ ପ୍ରସ୍ତୁତ କରାଯାଇଥିବା ହତିଆରକୁ ଜବତ କରାଯାଇଛି। ତଦନ୍ତକାରୀ ଏଜେନ୍ସିକୁ ଏକ ପ୍ରମୁଖ ସଫଳତା ଗତ ସେପ୍ଟେମ୍ବରରେ ଭିଏନାରେ ମିଳିଛି। ଅଷ୍ଟ୍ରିଆର ଡିଏସ୍ଏନ୍ ସୁରକ୍ଷା ସେବାକୁ ହାଣ୍ଡଗନ୍ ଓ ବିସ୍ଫୋରକ ସାମଗ୍ରୀ ଲୁଚାଇକି ରଖିଥିବା ଅବସ୍ଥାରେ ମିଳିଛି, ଯାହାକୁ ପରେ ହମାସ ରାଜନୈତିକ ବ୍ୟୁରୋର ବରିଷ୍ଠ ଅଧିକାରୀ ବାସୋମ ନଇମଙ୍କ ପୁଅ ମହମ୍ମଦ ନଇମ ସହ ଯୋଡା ଯାଇଛି।

ମୋସାଦ ହମାସର ବିଦେଶୀ ନେତୃତ୍ବ ଉପରେ ଚୁପଚାପ୍ ଏହି ଚେଷ୍ଟାକୁ ସୁବିଧାଜନକ କରିବାର ଅଭିଯୋଗ କରିଛି। ମୋସାଦ କହିଛି, ସଂଗଠନର କତର ସ୍ଥିତ ନେତୃତ୍ବର ଆତଙ୍କୀ ଅପରେସନକୁ ଆଗକୁ ବଢାଇବାରେ ସାମିଲ ହେବା ପ୍ରଥମ ଥର ସାମନାକୁ ଆସିଛି।’ ମୋସାଦ ସେପ୍ଟେମ୍ବରରେ ମହମ୍ମଦ ନଇମ ଓ ତା’ର ବାପା ବାସେମ୍ ନଇମ୍ ଭିତରେ କତରରେ ହୋଇଥିବା ସାକ୍ଷାତକୁ ମଧ୍ୟ ଆଲୋଚନା କରିଛି, ଯାହାକି ୟୁରୋପରେ ହମାସର ଔପଚାରିକ ସମର୍ଥନକୁ ଦର୍ଶାଉଛି। ତଦନ୍ତକାରୀ ତୁର୍କୀରୁ କାମ କରୁଥିବା ହମାସ ସମର୍ଥିତ ବ୍ୟକ୍ତିଙ୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରି ରଖିଛନ୍ତି। ଜର୍ମାନ ଅଧିକାରୀ ନଭେମ୍ବରରେ ବୁରହାନ୍ ଅଲ୍-ଖତିବକୁ ଗିରଫ କରିଥିଲା। ଅଧିକାରୀଙ୍କ କହିବା ଅନୁସାରେ, ସେ ପ୍ରଥମେ ତୁର୍କୀରେ ସକ୍ରିୟ ଥିଲା। ମୋସାଦ ଚେତାବନୀ ଦେଇଛି ଯେ, ବରିଷ୍ଠ ନେତାଙ୍କ ଦ୍ବାରା ଚାଲିଥିବା ଏହି ସଂଗଠନ ନିୟନ୍ତ୍ରଣ ହରାଉଥିବାର ସଙ୍କେତ ଦେଉଛି। ୟୁରୋପୀୟ ଗୁଇନ୍ଦା ସେବା ଏବେ ସିଧା ସୁରକ୍ଷା ହସ୍ତକ୍ଷେପଠାରୁ ଅଲଗା ଭାବରେ କାର୍ଯ୍ୟାନୁଷ୍ଠାନ ବିସ୍ତାର କରିଛି। ଜର୍ମାନୀରେ ଅଧିକାରୀମାନେ ଫଣ୍ଡ ଏକାଠି କରିବା କିମ୍ବା ଚରମପନ୍ଥୀ ବିଚାରଧାରା ବଢାଇବାରେ ହମାସର ସହାୟତା କରୁଥିବା ଚାରିଟି ଓ ଧାର୍ମିକ ସଂସ୍ଥାକୁ ଟାର୍ଗେଟ କରିଛି। ସେଭଳି ମହାଦ୍ବୀପରେ ସଂଗଠନର ମୌଳକ ଢାଞ୍ଚା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ମନେକରାଯାଉଛି।