ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗୋଟେ ଝଟକାରେ ଉଡ଼ିଗଲା ବିଲ୍ଡିଂ ; ହମାସ ମୁଖ୍ୟ ସିନୱାରର ଏମିତି କରାଗଲା ନିପାତ , ସାମନାକୁ ଆସିଲା ଭିଡ଼ିଓ

Published By : Prameya | October 18, 2024 10:23 PM

ନୂଆଦିଲ୍ଲୀ : ଇସ୍ରାଏଲର ବଡ଼ ସେନା ଅପରେସନରେ ୮ ଅକ୍ଟୋବରରେ କରାଯାଇ ଥିବା ହମଲାରେ ମାଷ୍ଟରମାଇଣ୍ଡ ହମାସ ମୁଖ୍ୟ ୟାହ୍ୱା ସିନୱାରର ମୃତ୍ୟୁ ହୋଇଥିଲା। କୁହାଯାଉଛି କି, ଇସ୍ରାଏଲର ସେନା ଏହି ହମଲାର ଭିଡ଼ିଓ ଜାରି କରିଛି। ଯେଉଁଥିରେ ଦେଖାଯାଇଛି , କେମିତି ସେନାର ସେହି ଯୁଦ୍ଧ ଯାହା ସିନୱାରର ଶେଷ ସମୟ ପାଲଟି ଗଲା। ଇସ୍ରାଏଲର ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି କି, ଉତ୍ତର ଗାଜାରେ ହୋଇଥିବା ଏହି ଅପରେସନରେ ସିନୱାର ସମେତ ଆଉ ଦୁଇ ଜଣ ହମାସର ଆତଙ୍କୀ ମରିଛନ୍ତି। 

ଭିଡ଼ିଓରେ ଇସ୍ରାଏଲର ସେନାକୁ ଇଣ୍ଟେଲିଜେନ୍ସର ଆଧାରରେ ସଠିକ୍‌ ହମଲା କରିବା ଓ ଆତଙ୍କୀଙ୍କୁ ନିକଟ ଲଢେଇରେ ନିପାତ କରିବାର ଦେଖା ଯାଉଛି। ଏହି ଅପରେସନରେ ଇସ୍ରାଏଲର ଏୟାରଫୋର୍ସ ମଧ୍ୟ ସାହାଯ୍ୟ କରି ଥିଲେ। ଭିଡ଼ିଓରେ ସେହି କ୍ଷଣ ମଧ୍ୟ କଏଦ ହୋଇଛି, ଇସ୍ରାଏଲର ସେନାମାନେ ଏହି ବିଲ୍ଡିଂକୁ ଟ୍ୟାଙ୍କରେ ଫାୟାର କରୁଛନ୍ତି , ଯେଉଁଠି ୟାହ୍ୱା ସିନୱାର ଲୁଚି ଥିଲା। ହେଲେ ,ଏହି ଭିଡ଼ିଓକୁ ଏଠାରେ ଦେଖାଇଯାଇ ନାହିଁ। 

ଆଇଡିଏଫ୍ ମୁତାବିକ , ୮୨୮ତମ ବ୍ରିଗେଡ୍‌ର ସୈନିକମାନେ ଏହି ସପ୍ତାହରେ ରାଫାର ତେଲ ଅଲ-ସୁଲତାନ ଅଞ୍ଚଳରେ କିଛି ସଦିଗ୍ଧଙ୍କୁ ଚିହ୍ନଟ କରିଛନ୍ତି। ସୈନିକମାନେ ଅଞ୍ଚଳ ଉପରେ ନଜର ଜାରି ରଖି ଥିଲେ। ଏହି ସମୟରେ ଆତଙ୍କୀ ମାନେ ଫାୟାରିଂ କରିଥିଲେ ଏବଂ ଗ୍ରେନେଡ୍‌ ଫିଙ୍ଗିଲେ। ସୈନିକମାନେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଆତଙ୍କୀଙ୍କୁ ମାରି ଥିଲେ , ଯିଏ ଫେରାର ହେବାକୁ ଚେଷ୍ଟା କରୁଥିଲେ। ଦୁଇଟି ବିଲ୍ଡିଂରେ ଲୁଚି ଥିବା ଆତଙ୍କୀଙ୍କୁ ଆଗାମୀ ଦିନ ତଲାସୀ ଅଭିଯାନ ବେଳେ ଖୋଜା ଯାଇଥିଲା। ଏହି ସମୟରେ ୟାହ୍ୱା ସିନୱାରର ମୃତଦେହ ମଧ୍ୟ ମିଳିଥିଲା।

ଇସ୍ରାଏଲର କହିବା ହେଲା କି, ଏହି ଅପରେସନ ଅନେକ ମାସରୁ ଚାଲିଥିଲା। ଆଇଡିଏଫ୍‌ ଓ ଇସ୍ରାଏଲର ବାୟୁସେନା ୧୬୨ ତମ ଡିଭିଜନର ନେତୃତ୍ୱରେ ହମାସର ରାଫା ବ୍ରିଗେଡ୍‌  ଓ ତେଲ୍‌ ଅଲ-ସୁଲତାନ ବାଟାଲିୟନ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିଲେ। ଏହି ଅପରେସନରେ ଶହ ଶହ ଆତଙ୍କୀଙ୍କୁ ନିପାତ କରାଗଲା। ୟାହ୍ୱା ସିନୱାରର ବଞ୍ଚିବାର କୌଣସି ସୁଯୋଗ ନଥିଲା। ଶେଷର ମୃତ୍ୟୁ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.