ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଇସ୍ରାଏଲ ଉପରେ ଭୟଙ୍କର ହମଲା କରିଥାନ୍ତା ହମାସ , କିଛି କାରଣରୁ ପଛକୁ ହଟିଗଲା

Published By : Prameya | October 13, 2024 9:12 PM

ନୂଆଦିଲ୍ଲୀ – ହମାସର ଏକ ହମଲାର ଜବାବରେ ଇସ୍ରାଏଲ ଆତଙ୍କୀଙ୍କ ଗଡ଼ ଗାଜା ଓ ରାଫାକୁ ଶ୍ମଶାନ ଘାଟରେ ପରିଣତ କରି ଦେଇଛି। ପାଖାପାଖି ୪୪ ହଜାର ଲୋକଙ୍କୁ ମାରି ଦେଇଛି। ଏହି ଭୟଙ୍କର ନରସଂହାର ପୂର୍ବରୁ ହମାସ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲରେ ବିନାଶକାରୀ ହମଲା କରିଥିଲା। ଏହି ହମଲା ଏତେ ଭୟଙ୍କର ଥିଲା ଯେ, ପାଖାପାଖି ୨୦ ମିନିଟ୍‌ରେ ୫୦୦୦ ମିସାଇଲ୍‌ ମାଡ଼ ହୋଇଥିଲା। ଏତେ ସଂଖ୍ୟକ ମିସାଇଲକୁ ରୋକିବାରେ ଇସ୍ରାଏଲର ବାୟୁସେନାର ପ୍ରତିରକ୍ଷା ପ୍ରଣାଳୀ ଆଇରନ ଡୋମ୍‌ ବି ବିଫଳ ହୋଇ ଯାଇଥିଲା। ଫଳ ସ୍ୱରୂପ ଏହି ହମଲାରେ ୧୨୦୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲା ଏବଂ ଏହାପରେ ହମାସ ସୀମା ଅତିକ୍ରମ କରି ଶହଶହ ଲୋକଙ୍କୁ କରିଥିଲା ପଣବନ୍ଦୀ। 

୨୫୦ରୁ ୧୦୦ ବନ୍ଧକ ବା ପଣବନ୍ଦୀ ଏବେ ବି ହମାସର କବଜାରେ ରହିଛନ୍ତି। ଯାହାଙ୍କୁ ଇସ୍ରାଏଲ ଛଡ଼େଇବାକୁ ଲାଗି ପଡ଼ିଛି। ଏମିତି ରିପୋର୍ଟ ସାମନାକୁ ଆସିଛି କି, ହମାସ ୭ ଅକ୍ଟୋବର ପୂର୍ବରୁ ଇସ୍ରାଏଲ ଉପରେ ୯/୧୧ ଭଳି ହମଲା କରିବାର ଯୋଜନା ରଚି ଥିଲା , କିନ୍ତୁ ଠିକ୍‌ ସମୟରେ ତାକୁ ପ୍ଲାନିଂ ବଦଳାଇବାକୁ ପଡ଼ିଲା।

୭ ଅକ୍ଟୋବର ୨୦୨୩ରେ ଫିଲିସ୍ତିନି ଉଗ୍ରବାଦୀ ସମୂହ ହମାସର ଇସ୍ରାଏଲ ଉପରେ ଏୟାର ଷ୍ଟ୍ରାଇକ୍‌ କେବଳ ଇସ୍ରାଏଲ ଅନ୍ତରାଷ୍ଟ୍ରୀୟ ଗୋଷ୍ଠୀ ପାଇଁ ମଧ୍ୟ ସେତିକି ଆଶ୍ଚର୍ଯ୍ୟକର ଥିଲା। ଏହି ହମଲାକୁ ନେଇ ନିକଟରେ ସାମନାକୁ ଆସିଥିବା କାଗଜପତ୍ରରୁ ଜଣାପଡ଼ିଛି କି , ଏହାର ଯୋଜନା ଅନେକ ବର୍ଷରୁ ତିଆରି କରାଯାଇ ଥିଲା ଏବଂ ଏହାକୁ ୨୦୨୨ରେ ହିଁ ସଫଳ କରିବାର ଯୋଜନା ଥିଲା। ହମାସ ଆମେରିକା ଉପରେ ହୋଇଥିବା ୯ /୧୧ ହମଲା ଭଳି କରିବାର ଯୋଜନା କରୁଥିଲା। 

ଦ ନ୍ୟୁ ୟର୍କ ଟାଇମ୍ସ, ଦ ୱାଶିଂଟନ ପୋଷ୍ଟ ଓ ଦ ୱାଲ ଷ୍ଟ୍ରିଟ୍‌ ଜର୍ନାଲ ସମେତ ଅନେକ ଅନ୍ତରାଷ୍ଟ୍ରୀୟ ମିଡ଼ିଆ ଆଉଟ୍‌ଲେଟ୍ସ ଏହାକୁ ନେଇ ସମ୍ୱେଦନଶୀଳ ରିପୋର୍ଟ ଜାରି କରିଛନ୍ତି। ଏହି ମୁତାବିକ , ହମାସ ଇସ୍ରାଏଲ ଉପରେ ବର୍ଷେ ପୂର୍ବେ ହିଁ ହମଲା କରି ଦେଇ ଥାନ୍ତା , କିନ୍ତୁ ହିଜବୁଲ୍ଲା ଓ ଇରାନ ଠାରୁ ସାହାଯ୍ୟ ମିଳିବାରେ ବିଳମ୍ୱ କାରଣରୁ ଏହା ସମ୍ଭବ ହୋଇ ପାରି ନଥିଲା। 

ହମାସ ଏହି ଦୁହିଁଙ୍କର ସାହାଯ୍ୟରେ ଅତିରିକ୍ତ ଧନ ଦ୍ୱାରା ନିଜ ସେନା କ୍ଷମତାକୁ ମଜବୁତ କରିବାକୁ ଚାହୁଁ ଥିଲା। ହମାସ ନେତା ଓ ଇରାନୀ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତା ସହ ଜଡ଼ିତ କାଗଜପତ୍ରରୁ ଜଣାପଡ଼ିଛି ଯେ, ହମାସର ପ୍ଲାନିଂ ୭ ଅକ୍ଟୋବର ଭଳ ଭୟାବହ ନରସଂହାର ଠାରୁ ଆହୁରି ଅଧିକ ଥିଲା। 

ଏମିତି ଜଣାପଡିଛି କି ଜାନୁୟାରୀ ୨୦୨୨ର ଆରମ୍ଭରେ ହିଁ ହମାସ ଏକ ବଡ଼ ଧରଣର ଅପରେସନ ଉପରେ ଆଲୋଚନା କରୁଥିଲା। ଯେଉଁଥିରେ ଇସ୍ରାଏଲରେ ପଶି ତାଙ୍କ ପ୍ରସିଦ୍ଧ ଅଜିରିଲି ଟାୱାରକୁ ୯/୧୧ ଭଳି ଉଡାଇ ଦେବାକୁ ଚାହିଁ ଥିଲା। ଅଲକାଏଦା ୧୧ ସେପ୍ଟେମ୍ୱର ୨୦୦୧ରେ ଆମେରିକାରେ ଦୁଇଟି ବିମାନର ଅପହରଣ କରି ଥିଲା ଏବଂ ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟରରେ କ୍ରାଶ କରିଦେଇ ଥିଲା। ଏହି ହମଲା ଆମେରିକାକୁ ଦୋହଲାଇ ଦେଇଥିଲା। ଏହାର ଜବାବରେ ଆମେରିକା କିଛି ମାସ ଭିତରେ ଅଲକାଏଦା ମୁଖ୍ୟ ଓସାମା ବିନ ଲାଦେନକୁ ପାକିସ୍ତାନ ସ୍ଥିତ ତାର ଘରେ ପଶି ମାରି ଦେଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.