ନୂଆଦିଲ୍ଲୀ : ଗାଜା ଯୁଦ୍ଧ ବିରତି ଚୁକ୍ତିନାମା ଧିରେ ଧିରେ ଆଗକୁ ବଢୁଛି। ଶନିବାର ଫିଲିସ୍ତିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ ୭ ଅକ୍ଟୋବରରେ ବନ୍ଦୀ କରାଯାଇ ଥିବା ୪ ଜଣ ଇସ୍ରାଏଲୀୟ ମହିଳା ସୈନିକଙ୍କୁ ମୁକ୍ତ କରାଯାଇଛି। ଏହି ସୈନିକଙ୍କ ମୁକ୍ତି ବଦଳରେ ଇସ୍ରାଏଲ ନିଜ ଜେଲ୍ରେ ବନ୍ଦୀ ଥିବା ଫିଲିସ୍ତିନୀୟ କଏଦୀଙ୍କ ଏକ୍ ଗ୍ରୁପ୍କୁ ମୁକ୍ତ କରିବ। ହେଲେ କେତେ କଏଦୀଙ୍କୁ ମୁକ୍ତ କରାଯିବ, ଏହାକୁ ନେଇ ଏବେସୁଦ୍ଧା କୌଣସି ସଂଖ୍ୟା ସାମନାକୁ ଆସି ନାହିଁ। କିନ୍ତୁ ରିପୋର୍ଟ ମୁତାବିକ ଏହି ସଂଖ୍ୟା ପାଖାପାଖି ୨୦୦ହୋଇପାରେ।
କହି ରଖୁଛୁ କି, ହମାସ ଦ୍ୱାରା ମୁକ୍ତ କରାଯାଇ ଥିବା ଏହି ୪ ସୈନିକଙ୍କୁ ସେନାର ପୋଷାକରେ ଅଣାଯାଇଛି ଏବଂ ଗୋଟିଏ ମଞ୍ଚରେ ଠିଆ କରାଯାଇଛି। ଏଠାରୁ ଏହି ଲୋକଙ୍କୁ ରେଡକ୍ରସ୍ ସଦସ୍ୟଙ୍କୁ ପ୍ରଦାନ କରାଯାଇଛି। ବର୍ତ୍ତମାନ ଏହି ଲୋକ ଗାଜାରୁ ବାହାରି ସାରିଛନ୍ତି। ମୁକ୍ତ ହେବା ପରେ ଏହି ୪ଜଣ ସୈନିକଙ୍କ ଚେହେରାରେ ମୁକ୍ତିର ହସ ଥିଲା। ହମାସ ମୁତାବିକ, ମୁକ୍ତ କରାଯାଇ ଥିବା ଏହି ସୈନିକଙ୍କ ନାଁ କରିନା ଏରିଏଭ୍,ଡେନିଏଲା ଗିଲବୋଆ,ନାମା ଲେଭି ଓ ଲିରି ଅଲବାଗ।
ଏହା ପୂର୍ବରୁ ହମାସ ଶୁକ୍ରବାର କହିଥିଲା କି, ସେ ଯୁଦ୍ଧ ବିରତି ଚୁକ୍ତିର ଆଗାମୀ ପର୍ଯ୍ୟାୟରେ ଶନିବାର ସେମାନେ ସେହି ୪ଜଣ ମହିଳା ସୈନିକଙ୍କୁ ମୁକ୍ତ କରିବ, ଯାହାଙ୍କୁ ୭ ଅକ୍ଟୋବରର ହମଲାର ବନ୍ଦୀ କରି ନେଇ ଥିଲା। ସେ କହିଛି କି, ଏହି ସୈନିକଙ୍କୁ ଗାଜା ସୀମାରୁ ପାଖାପାଖି ଗୋଟିଏ କିଲୋମିଟର ଦୂର ନାହଲ ଓଜ ସେନା ଆଡ୍ଡାକୁ ବନ୍ଦୀ କରାଯାଇ ଥିଲା।
ଯୁଦ୍ଧ ବିରତି ଚୁକ୍ତିନାମା ପରେ ଉଭୟ ପକ୍ଷ ପରି ଏହା ୨ୟ ଆଦାନପ୍ରଦାନ। ୪ଜଣ ମହିଳା ବନ୍ଦୀଙ୍କର ମୁକ୍ତି ବଦଳରେ ଏବେ ଇସ୍ରାଏଲ ଫିଲିସ୍ତିନୀ ବନ୍ଦୀଙ୍କ ଏକ ଗ୍ରୁପକୁ ନିଜ କବଳରୁ ମୁକ୍ତ କରିବ। ଏହି ଚୁକ୍ତିନାମା ୧୫ ମାସରୁ ଅଧିକ ସମୟରୁ ଚାଲିଥିବା ଯୁଦ୍ଧକୁ ଶେଷ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ତୁଲାଉଛି। ଏହି ଚୁକ୍ତିନାମା ପରେ ଅନେକ ବିସ୍ଥାପିତ ଗାଜାବାସୀ ନିଜ ଘରର ଅଭିମୂଖେ ଫେରୁଛନ୍ତି। ହେଲେ ଏଏଫପି ସହ କଥାବାର୍ତ୍ତା ହୋଇ ଜଣେ ଗାଜାବାସୀ କହିଛନ୍ତି କି, ଆମେ ପୁଣି ଫେରିବା ବିଷୟରେ କେମିତି ଭାବିବୁ , ଆମର ଘର ସଂପୂର୍ଣ୍ଣ ରୂପେ ଧ୍ୱଂସ ହୋଇ ସାରିଛି। ଆମ ପାଖରେ ତମ୍ୱୁ ଲଗାଇବା ପାଇଁ ମଧ୍ୟ ସ୍ଥାନ ନାହିଁ । ଆଜି ସେଠାରେ ଘର ସ୍ଥାନରେ କେବଳ ଭଗ୍ନାବଶେଷ ରହିଛି।
୭ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ରୋକିବା ପାଇଁ ୩ଟି ଦେଶ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଏଥିରେ କତାର , ମିଶର ଓ ସଂଯୁକ୍ତ ରାଜ୍ୟ ଆମେରିକା ସାମିଲ ଅଛି। ଏହି ୩ ଦେଶ ମଧ୍ୟରେ ମାସ ମାସ ଧରି କଥାବାର୍ତ୍ତା ଓ ନିଜ ଚେଷ୍ଟା ଦ୍ୱାରା ଯୁଦ୍ଧବିରତି କରାଇଛନ୍ତି। ହେଲେ ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବିରତିର ପୂରା କ୍ରେଡିଟ୍ ନିଜକୁ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ଏହି ଯୁଦ୍ଧବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଅନୁସାରେ, ହମାସ ଇସ୍ରାଏଲର ୩୩ ବନ୍ଧକଙ୍କୁ ମୁକ୍ତ କରିବ ଏବଂ ଏହା ବଦଳରେ ଇସ୍ରାଏଲ ନିଜର ଜେଲ୍ ଗୁଡ଼ିକରେ ବନ୍ଦୀ ଥିବା ପାଖାପାଖି ୧୯୦୦ ଫିଲିସ୍ତୀନୀ ବନ୍ଦୀଙ୍କୁ ଛାଡ଼ିବ। ଏହାପରେ ଆଗାମୀ ପର୍ଯ୍ୟାୟର ଯୁଦ୍ଧ ଶେଷ ହେବାର ଅଧିକ ଆଶା ରହିଛି।