ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆମେରିକା ଚାପରେ ନରମୁଛି ହମାସ, ୪ ମୃତଦେହ ବ୍ୟତୀତ ୬ ଇସ୍ରାଏଲୀ ବନ୍ଧକକୁ ମୁକ୍ତ କରିବାକୁ ହୋଇଛି ରାଜି...

Published By : Ladu Kishor | February 18, 2025 10:46 PM

Image source: NDTV

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକାର କଡ଼ା ଧମକ ପରେ, ହମାସର ସ୍ୱର କ୍ରମାଗତ ଭାବରେ ନରମ ହେବାରେ ଲାଗିଛି। ହମାସ ଏବେ ଘୋଷଣା କରିଛି ଯେ, ସେ ଶନିବାର ଦିନ ୬ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବ। ଏହା ସହିତ, ଗୁରୁବାର ୪ ଜଣ ବନ୍ଧକଙ୍କ ମୃତଦେହ ମଧ୍ୟ ହସ୍ତାନ୍ତର କରିବ । ଏଥିରେ ବିବାସ ପରିବାରର ଅବଶେଷ ରହିଛି। ସୂଚନାଥାଉକି,ଶନିବାର ମୁକ୍ତ ହେବାକୁ ଥିବା ୬ ଜଣ ବନ୍ଧକ ହେଉଛନ୍ତି ଗାଜାରେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ଅଧୀନରେ ମୁକ୍ତ ହୋଇଥିବା ଶେଷ ଜୀବିତ ବନ୍ଧକ।

ଗତ ଶନିବାର ଦିନ ହମାସ ୩ ଜଣ ବନ୍ଧକଙ୍କୁ ମୁକ୍ତ କରିବ ବୋଲି ଆଶା କରାଯାଉଥିଲା। ତଥାପି, ହମାସ କାହିଁକି ଏହି ଯୋଜନା ପରିବର୍ତ୍ତନ କଲା ତାହା ସ୍ପଷ୍ଟ ହୋଇନାହିଁ। ଆପଣଙ୍କୁ କହି ରଖୁଛୁ ଯେ ହମାସ ଦ୍ୱାରା ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବା ବଦଳରେ ଇସ୍ରାଏଲ ଶହ ଶହ ପାଲେଷ୍ଟାଇନୀ ବନ୍ଦୀଙ୍କୁ ମଧ୍ୟ ମୁକ୍ତ କରୁଛି। ୧୫ ମାସର ଭୟଙ୍କର ଯୁଦ୍ଧ ପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତିନାମା ହୋଇଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.