ବାଲେଶ୍ଵର, ୧୨/୯ (ସିଟି : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ସର୍ଜରୀ ୱାର୍ଡ ଡ୍ରେସିଂ ରୁମରୁ ହସ୍ପିଟାଲ କର୍ମଚାରୀ ମୃତ୍ୟୁଞ୍ଜୟଙ୍କ ପୁଅ ରୋମ୍ୟ ରଞ୍ଜନ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ବିଳମ୍ଵିତ ରାତିରେ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନାନୁଯାୟୀ, ମୃତ୍ୟୁଞ୍ଜୟ ସାମଲ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଆଟେଣ୍ଡାଣ୍ଟ ଭାବେ କାମ କ। ପୁଅ ରୋମ୍ୟ ରଞ୍ଜନ ସାମଲ ବାପାଙ୍କୁ ପ୍ରତିଦିନ ଘରକୁ ନେବା ଆଣିବା କରିଥାନ୍ତି। ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁଞ୍ଜୟଙ୍କ ନାଇଟ୍ ସିଫ୍ଟ ଥିବାରୁ ରୋମ୍ୟ ରଞ୍ଜନ ବାପାଙ୍କୁ ଆଣି ଘରେ ଛାଡି ପୁଣି ଥରେ ବାଲେଶ୍ୱର ଚିକିତ୍ସାଳୟରେ ପହଞ୍ଚି ସର୍ଜରୀ ୱାର୍ଡକୁ ଯାଇଥିଲେ। ଯେହେତୁ ପ୍ରତିଦିନ ପୁଅ ଚିକିତ୍ସାଳୟକୁ ଆସିଥାନ୍ତି ସେଥିପାଇଁ ହସ୍ପିଟାଲ କର୍ମଚାରୀ କେହି ସନ୍ଦେହ କରିନଥିଲେ। ବିଳମ୍ବ ହେବାରୁ ରୋମ୍ୟ ରଞ୍ଜନଙ୍କ ସାଙ୍ଗ ଖୋଜାଖୋଜି କରି ହସ୍ପିଟାଲର ସର୍ଜରୀ ୱାର୍ଡ ନିକଟରେ ପହଁଚି ଥିଲେ। ସେଠାରେ ରୋମ୍ୟ ରଞ୍ଜନ ପଙ୍ଖାରେ ଝୁଲୁଥିବାର ଦେଖି ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଖବର ଦେଇଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ ରହିଛି। ଆତ୍ମହତ୍ୟାର କାରଣ ନଲାଇନ ଗେମ୍ ବୋଲି ସନ୍ଦେହ କରାଯାଉଛି।