ଆସିକା,୨୫/୦୫: ଆସିକା-ଧରାକୋଟ ଥାନା ଅନ୍ତର୍ଗତ ପୋଡ଼ା ପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଘରୁ ଝୁଲନ୍ତା ଅଵସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ କବିସୂର୍ଯ୍ୟନଗର ଥାନା ବାଲ୍ୟସରା ଗାଁର ସୀମାଞ୍ଚଳ ପୋଲାଇ ବୋଲି ଜଣାପଡ଼ିଛି । ଏନେଇ ଧରାକୋଟ ଓ କବିସୂର୍ଯ୍ୟନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି । ସେପଟେ ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।
ତେବେ ଗତକାଲି ସୀମାଞ୍ଚଳ ବାକି ଟଙ୍କା ଆଦାୟ କରିବାକୁ ବାହାରକୁ ଯାଇଥିଲେ । ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ହଠାତ୍ ତାଙ୍କ ଘରକୁ ପୋଡ଼ାପଲ୍ଲୀରୁ ଜଣେ ମହିଳା ଫୋନ୍ କରି ସୀମାଞ୍ଚଳ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାଇଥିଲେ । ହେଲେ ସୀମାଞ୍ଚଳ ପୋଡ଼ାପଲ୍ଲୀର ସମ୍ପୃକ୍ତ ମହିଳାଙ୍କ ଘରକୁ କ'ଣ ପାଇଁ ଯାଇଥିଲେ ? ତାଙ୍କ ସହ ମହିଳାଙ୍କ କ'ଣ ସମ୍ପର୍କ ରହିଛି, ଏସବୁର ତଦନ୍ତ କରୁଛି ପୁଲିସ୍ ।