ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଲଣ୍ଠନରେ ଫଶି ନାଗ କଲବଲ

Published By : Gurupada Nath | October 30, 2024 7:41 PM

ପୁରୀ, ୩୦/୧୦ :  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଡ଼ କାଞ୍ଜିଆ ଗ୍ରାମର ସନ୍ତୋଷ ବେହେରାଙ୍କ ଘରେ ଥିବା କବାଡି ଜିନିଷ ଭିତରେ ଏକ ନାଗ ସାପ ପଶି ଯାଇଥିଲା । ସେଠାରୁ ବାହାରିବା ଚେଷ୍ଟା କରୁଥିଲା କିନ୍ତୁ ଏକ ଲୁହା ଗ୍ରିଲ ଦେହରେ ଲାଖି ଆଉ ବାହାରି ପାରୁନଥିଲା । ଭୟ ପାଇ ସନ୍ତୋଷ ସ୍ନେକ୍ ହେଲ୍ପ ଲାଇନ କୁ ସାହାଯ୍ୟ ପାଇଁ ଡାକିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଦେଖନ୍ତି ତ ଏଇ 4 ଫୁଟ ଲମ୍ବର ନାଗ ସାପ ଏକ ପ୍ଲାଷ୍ଟିକ ଖେଳନା ଲଣ୍ଠନ ଭିତରେ ଫସି ଯାଇଚି । ସେଇ ଖେଳନା ପ୍ଲାଷ୍ଟିକ ଗ୍ରିଲ୍ ଲୁହରେ ଲାଖି ଯିବାରୁ ଆଉ ଉପରକୁ ଆସି ପରି ନାହିଁ । 

ସୁଶାନ୍ତ ଯତ୍ନ ର ସହିତ ନାଗ ସାପ ଟିକୁ କବାଡି ଜିନିଷ ବାହାରକୁ ନେଇ ଆସିଥିଲେ । ହେଲେ ଖେଳନା ପ୍ଲାଷ୍ଟିକ ଟି ସାପ ପେଟରେ ଦୁଇଟି ସ୍ଥାନରେ ଚାପି ହୋଇ ରହିଥିଲା । ଏକୁଟିଆ ସେଇ ଖେଳନା କୁ ବାହାର କରିବା ଅସମ୍ଭବ ଥିଲା । ତେଣୁ, ଗତକାଲି। ସନ୍ଧ୍ୟାରେ ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସୁଶାନ୍ତଙ୍କୁ ସହାୟତା କରିବା ପାଇଁ ପହଞ୍ଚିଲେ ସତ ହେଲେ, ସାପ ଟିର ଦେହରେ ଜୋର୍ ରେ ଚାପି ହୋଇଥିବାରୁ ନିଜେ କଟା କଟି ନକରି ଓୟୁଏଟି ରେ ଭେଟରିନାରି କଲେଜ କୁ ନେବା ପାଇଁ ସ୍ଥିର କରିଥିଲେ ।

ଆଜି ସକାଳେ ଭେଟରିନାରି କଲେଜ ର ସର୍ଜରୀ ଓ ରେଡ଼ିଓଲୋଜୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥ ସାପ ଟିର ଏକ୍ସ ରେ କରିବା ପରେ ଦେହ ଭିତରେ କ୍ଷତି ହୋଇ ନଥିବା ଜଣା ପଡିଥିଲା । ଏହାପରେ ଯତ୍ନ ର ସହିତ ଅପରେସନ କରି ସାପ ଦେହରୁ ପ୍ଲାଷ୍ଟିକ କୁ କାଟି ବାହାର କରିଥିଲେ । ଆଉଥରେ ଏକ୍ସ ରେ କରି କୌଣସି ଭିତର କ୍ଷତ ନଥିବା ନିଶ୍ଚିତ ହେବା ପରେ ବେଟାଡିନ ଲୋସନ୍ ଲଗେଇ ହାଲୁକା ଭାବରେ ବ୍ୟାଣ୍ଢେଜ୍ ଗୁଡେ଼ଇ ଦେଇଥିଲେ । 

ପ୍ରଫେସର ନାଥ କହିଛନ୍ତି "ସାପ ଟି ବର୍ତ୍ତମାନ ସୁସ୍ଥ ଅଛି, ଗୋଟିଏ ଦିନ ଅବଜରଭେସନ୍ ରେ ରଖି ତାକୁ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯିବ । ପ୍ଲାଷ୍ଟିକ ଖେଳନା ତି ଅତି କମ୍ ରେ ୧୦ଦିନ ପ୍ରାୟ ତା ଦେହରେ ଫସି ଥିଲା । ସେଥିପାଇଁ ସେ ଖାଦ୍ୟ ଗ୍ରହଣ କରି ପାରୁ ନଥିଲା । ସେଇ ପ୍ଲାଷ୍ଟିକ ଟି ବାହାରି ନଥିପେଜ ସାପ ଟି ନିଶ୍ଚୟ ମୃତ୍ୟୁ ବରଣ କରିଥାନ୍ତା" । ସ୍ନେକ୍ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ମଣିଷଙ୍କ ଭୁଲ ପାଇଁ ଏଇ ଭଳି ବନ୍ୟ ପ୍ରାଣୀ ମାନେ ବିପଦରେ ପଡ଼ୁଛନ୍ତି  । ପିଲାଙ୍କ ପ୍ଲାଷ୍ଟିକ ଖେଳନା ଭାଙ୍ଗି ଯିବା ପରେ ଫୋପାଡି ଦେବା ଆଦୌ ଉଚିତ୍ ନୁହେଁ ।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.