ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନିନ୍ଦା କଲା ମିଳିତ କ୍ରିୟାନୁଷ୍ଠାନ କମିଟି

Published By : Gurupada Nath | July 1, 2025 7:15 PM

ମାଲକାନଗିରି, ୧/୭ : ଭୁବନେଶ୍ୱର ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ପ୍ରତିବାଦରେ ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ମାଲକାନଗିରି ସଦର ଅନ୍ତର୍ଗତ ଏମଭି-୨ ଗ୍ରାମ ମାରମଂ ଗୁରୁ କ୍ଲବରେ କ୍ରିୟା ଅନୁଷ୍ଠାନ କମିଟିର ସଭାପତି ଜାରାଶବର ମାଡ଼ିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସୋମବାର ଯେତେବେଳେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ  ନିୟମିତ ଜନ ଅଭିଯୋଗ ଶୁଣାଣି ବୈଠକରେ ଅଧ୍ୟକ୍ଷତା କରିଥିଲେ, ସେ ସମୟରେ ହଠାତ ଜିଛି ଅଜଣା ଅସାମାଜିକ ଲୋକ ବିନା ଅନୁମତିରେ ପ୍ରକୋଷ୍ଠ ଭିତରକୁ ପ୍ରବେଶ କରି ତାଙ୍କୁ ମରଣାନ୍ତକ ଆକ୍ରମଣର ଘଟଣାକୁ ତୀବ୍ର ନିନ୍ଦା କରିଛି ଜିଲ୍ଲା ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠା କମିଟି। 

ଯଦିବା ସବୁ ରାଜନୈତିକ ଦଳର ନେତାମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଏହା ସତ, କିନ୍ତୁ ଏପ୍ରକାର ଘଟଣାମାନଙ୍କର ସ୍ଥାୟୀ ସମାଧାନର ରାସ୍ତା କ’ଣ ବୋଲି ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଯଦି ବରିଷ୍ଠ ଅଧିକାରୀ କିମ୍ବା ସରକାରୀ କର୍ମଚାରୀମାନେ ଦିନ ଦି'ପ୍ରହରରେ ଯଦି ଅସରୁକ୍ଷିତ, ତା'ହେଲେ ଉପାନ୍ତ ମାଓବାଦୀ ଇଲାକାରେ ସାଧାରଣ ନାଗରିକମାନେ କେତେ ସୁରକ୍ଷିତ ତାହା ଏଥିରୁ ଅନୁମେୟ ବୋଲି କହିଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟିର ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ। ଏ ପ୍ରକାର ଘଟଣା ଘଟିଲେ ସମଗ୍ର ଓଡ଼ିଶାରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ଏଣୁ ଏ ସଂକ୍ରାନ୍ତରେ ଏକ ସ୍ଥାୟୀ ସମାଧାନ ନିମନ୍ତେ ତୁରନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଅନୁରୋଧ କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ, ସାଂଗଠନିକ ସମ୍ପାଦକ ଡମ୍ବରୁ ବାଘ, ଗୁରୁଚାନ୍ଦ ଆମ୍ବେଦକର ଚେତନା ପରିଷଦର ସଭାପତି ଲକ୍ଷ୍ମଣ ଚନ୍ଦ୍ର ଘରାମି, ସମ୍ପାଦକ କେ, ଦେଶୀରାଜୁ ଆଚାରି ପ୍ରମୁଖ ମଞ୍ଚାସୀନ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.