ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି

Published By : Harapriya Sethi | January 12, 2025 10:51 AM

ଭୁବନେଶ୍ୱର,୧୨/୦୧: କମିସନରେଟ  ପୋଲିସ୍ ହାଥରେ ଗିରଫ ହୋଇଥିବା ହଂସିକା ଓ ଅନୀଲଙ୍କ କଳା ସାମ୍ରାଜ୍ୟର ତଦନ୍ତ କରିବ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତଦନ୍ତ ଯେତିକି ଆଗକୁ ବଢୁଛି, ସେମାନଙ୍କ ସମ୍ପତ୍ତିର ତାଲିକା ସେତିକି ଲମ୍ୱୁଛି । ସମ୍ପତ୍ତି ପରିମାଣ ଦେଖି ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ ଇଡି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଅନୀଲ ଓ ହଂସିକାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର ଜମିସନରେଟ ପୁଲିସ ଓ ଆୟକର ବିଭାଗରୁ ଲଢ଼ି ସଂଗ୍ରହ କରିଛି । ଖୁବ୍‌ଶୀଘ୍ର ପିଏମ୍ଏଲ୍‌ଏ ଆକ୍ଟ ଜରିଆରେ କଳାଧନର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ବୋଲି ସୂଚନା ମିଳିଛି । 

ହଂସିତା ଓ ତାଙ୍କର ବନ୍ଧୁ ଅନୀଲ ଗତ ୩ ବର୍ଷରେ ୧୨୦ କୋଟି ଟଙ୍କାର କାରବାର କରିଛନ୍ତି । ସେଥିରୁ ୬୦ କୋଟି ଟଙ୍କାର କାରବାରରେ ଟିକସ ସମ୍ପର୍କରେ ଅନିଲ ଓ ହଂସିତା ତଥ୍ୟ ଦେଇ ପାରୁନାହାନ୍ତି । ଦୁଇ ମହାଠକଙ୍କୁ ଟଙ୍କା କାରବାରର ହିସାବ ମାଗିଛି ଆୟକର ବିଭାଗ । ଏହି ବେନାମୀ ଟଙ୍କା କାରବାର ପଛରେ ବହୁ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବିଶେଷକରି ସଂସିକାଙ୍କ ଦ୍ଵିତୀୟ ସ୍ବାମୀ ନିକଟରୁ ଅନେକ ସମ୍ପତ୍ତି ମିଳିଛି । ସୁନାଗହଣା, ହୀରା ଅଳଙ୍କାର, ନଗଦ ଟଙ୍କା, ଅଚଳାଚଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ୪ଦିନ ଧରି ମିଳିଥିବା ବେନାମୀ ସମ୍ପତ୍ତିର ଆକଳନ କରୁଛି ବିଭାଗ । 

ପୋଲିସ ହାତରେ ଲାଗିଥିବା ତିନିଟି ନାମୀ ଦାମୀ ଗାଡି ଗୁଡିକୁ ବିକ୍ରି ପାଇଁ ରେଜିଷ୍ଟ୍ରେସନ ନ କରିବା ପାଇଁ ଆରଟିଓ ଆୟକର ବିଭାଗଙ୍କୁ ଚିଠି ଲେଖିଛି । ହଂସିକା ଓ ଅନୀଲଙ୍କ ପୋର୍ସେ, ଜାଗୁଆର୍ ଓ ମର୍ସିଡିଜ୍ ଭଳି ୩ଟି ଦାମୀ କାର୍ ଜବତ କରି ଭୁବନେଶ୍ୱରରେ ପୋଲିସ ସେବା ଭବନରେ ରଖିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.