ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ହନୁମାନ ଜୟନ୍ତୀ ପାଇଁ ଚଳଚଞ୍ଚଳ ସମ୍ବଲପୁର, ପୋଲିସ ଛାଉଣୀରେ ସହର

Published By : Prameya | April 14, 2025 2:07 PM

ଭୁବନେଶ୍ଵର, ୧୪/୦୪ : ହନୁମାନ ଜୟନ୍ତୀ ପାଇଁ ଚଳଚଞ୍ଚଳ ସମ୍ବଲପୁର। ଭକ୍ତି ଓ ଶକ୍ତି ସହ ପରମ୍ପରା ଓ ସଂସ୍କୃତିର ହୋଇଛି ମହାମିଳନ। ଏହି ଅବସରରେ ସହରରେ ପୋଲିସ ଛାଉଣୀ ହୋଇ ରହିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେନ୍ଦ୍ରୀୟ ଫୋର୍ସ ସହ ୫୦ ରୁ ଉର୍ଦ୍ଧ୍ଵ ପ୍ଲାଟୁନ ଫୋର୍ସ ଜଗି ରହିଛନ୍ତି। କୌଣସି ଅପ୍ରୀତିକର ଘଟଣାକୁ ଏଡାଇବାକୁ ୧୩୪ଟି ସିସିଟିଭି ଲାଗିଥିବା ବେଳେ ଡ୍ରୋନ ସର୍ଭିଲାନ୍ସରେ ସାରା ସହର ରହିଛି। ସକାଳୁ ସକାଳୁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ବୃକ୍ସହିଲ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ବିଭିନ୍ନ ପଡାରୁ ଶୋଭାଯାତ୍ରା ବାହାରିବ ବୋଲି ସୂଚନା ମିଳିଛି। 

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ସକାଳେ ଗ୍ରୀନ ପାର୍କ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି। ପରେ ମୁଦିପଡା ଛକରେ ଥିବା ବାବା ସାହେବ ଆମ୍ଵେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ସହରର ବିଭିନ୍ନ ପଡାର ହନୁମାନ ଜୟନ୍ତୀରେ ସାମିଲ ହେବା ପରେ ସନ୍ଧ୍ୟାରେ ସେ ବୃକ୍ସହିଲ ହନୁମାନ ମନ୍ଦିର ଓ ଜିଲ୍ଲା ସ୍କୁଲ ଛକରେ ମହାଆଳତୀ କାର୍ଯ୍ଯକ୍ରମରେ ଭାଗ ନେବେ।

ଏହି ଖବରଟିକୁ ପଢନ୍ତୁ-ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀରେ ଚଳଚଞ୍ଚଳ ପୁରପଲ୍ଲୀ, ହୋମଯଜ୍ଞ ସାଙ୍ଗକୁ ଜମିବ ପଣା ଆସର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.