ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

Happy Birthday Nargis : କେବେ ଘର ଚଳାଇବାକୁ କରୁଥିଲେ ଝାଡୁ-ପୋଛା କାମ, ଆଜି ବଲିଉଡର ଜଣାଶୁଣା ଅଭିନେତ୍ରୀ

Published By : Krishna Priya | October 20, 2024 11:38 AM

ମୁମ୍ବାଇ ୨୦/୧୦: ବଲିଉଡ ଅଭିନେତ୍ରୀ ନର୍ଗିସ୍ ଫାଖରୀ ଆଜି ତାଙ୍କର ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି। ନର୍ଗିସ୍ ହୁଏତ ତାଙ୍କ କ୍ୟାରିୟରରେ ଅଧିକ ଫିଲ୍ମରେ କାମ କରିନାହାଁନ୍ତି, କିନ୍ତୁ ଯେତିକି ଫିଲ୍ମରେ କାମ କରିଛନ୍ତି, ସେ ନିଜର ଉତ୍କୃଷ୍ଟ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ରୋଚକ ତଥ୍ୟ।

ଅକ୍ଟୋବର ୨୦, ୧୯୭୮ ରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ ନର୍ଗିସ୍‌ । ଅଭିନେତ୍ରୀ ୨୦୧୧ ରେ ଇମତିଆଜ ଅଲିଙ୍କ ଫିଲ୍ମ 'ରକଷ୍ଟାର'ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଏହି ଫିଲ୍ମରେ ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ଚରିତ୍ରକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ ଏବଂ ତାଙ୍କର ପ୍ରଥମ ଫିଲ୍ମରେ ସେ ଲୋକପ୍ରିୟତା ହାସଲ କରିଥିଲେ।

ପାକିସ୍ତାନ ସହିତ ନର୍ଗିସଙ୍କର ଏକ ବିଶେଷ ସମ୍ପର୍କ ରହିଛି। ତାଙ୍କ ବାପା ମହମ୍ମଦ ମୂଳତଃ ପାକିସ୍ଥାନର ଥିଲେ। ତାଙ୍କ ମା ଚେକ୍ ରିପବ୍ଲିକର ଯେତେବେଳେ ତାଙ୍କ ବାପା-ମା’ଙ୍କର ଛାଡପତ୍ର ହୋଇଥିଲା ସେତେବେଳେ ନର୍ଗିସଙ୍କୁ ମାତ୍ର ୬ ବର୍ଷ ହୋଇଥିଲା। ଆଉ କିଛି ବର୍ଷ ପରେ ତାଙ୍କ ବାପାଙ୍କର ମଧ୍ୟ ଦେହାନ୍ତ ହୋଇଗଲା। ବାପା ପାକିସ୍ତାନ ଏବଂ ମା’ ଚେକ୍ ରିପବ୍ଲିକର ହୋଇଥିବାରୁ ନର୍ଗିସ୍‌ ନିଜକୁ ଜଣେ ବିଶ୍ୱ ନାଗରିକ ବୋଲି ବିବେଚନା କରନ୍ତି ।

ନର୍ଗିସଙ୍କ ପିଲାଦିନ ଅତ୍ୟନ୍ତ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ଏକ ସାକ୍ଷାତକାରରେ ସେ ଏ ବିଷୟରେ ମଧ୍ୟ କହିଥିଲେ। ଅଭିନେତ୍ରୀ କହିଥିଲେ, 'ଆମେ ନ୍ୟୁୟର୍କର ଏକ ତମ୍ବୁରେ ରହୁଥିଲୁ। ଆମକୁ ଦୂରରୁ ପାଣି ଆଣିବାକୁ ପଡୁଥିଲା। ଖାଦ୍ୟ ରାନ୍ଧିବାକୁ ପଡୁଥିଲା । ଏପରିକି ଶୌଚାଳୟ ପାଇଁ ଆମେ ଗାତ ଖୋଳୁଥିଲୁ। ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ନର୍ଗିସ୍ ମଧ୍ୟ ତାଙ୍କ ପିଲାଦିନରେ ଅନେକ ଛୋଟ ମୋଟ କାମ କରିଥିଲେ। ଜଣେ ବୃଦ୍ଧ ମହିଳାଙ୍କ ଘର ସଫା ମଧ୍ୟ କରିଥିଲେ। କିନ୍ତୁ ପିଲାଦିନେ ନର୍ଗିସ ପାଠ ପଢିବାକୁ ଖୁବ୍‌ ଭଲ ପାଉଥିଲେ । ତେଣୁ, ସେ ଛୋଟ ମୋଟ କାମ କରି ଟଙ୍କା ସଞ୍ଚୟ କରୁଥିଲେ ଏବଂ ନିଡର ପଢା ଖର୍ଚ୍ଚ ଉଠାଉଥିଲେ। 

ବର୍ତ୍ତମାନ ନର୍ଗିସ୍‌ କଠିନ ପରିଶ୍ରମ ସହ ବଲିଉଡରେ ନିଜପ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି ସେ ବଲିଉଡର ଏକ ଜଣାଶୁଣା ଚେହେରା।ରକଷ୍ଟାର ବ୍ୟତୀତ ନର୍ଗିସ୍ 'ମାଡ୍ରାସ୍ କାଫେ', 'ମେଁ ତେରା ହିରୋ', 'ଅଜହର' ଏବଂ 'ଆମାଭସ୍' ଭଳି ଫିଲ୍ମରେ କାମ କରିଛନ୍ତି।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.