ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୪୦ ବର୍ଷରେ ଇର୍‌ଫାନ ପଠାନ, ୧୯ ବର୍ଷରେ କରିଥିଲେ କ୍ୟାରିଅର ଆରମ୍ଭ

Published By : Anindita Ratha | October 27, 2024 10:23 AM

ମୁମ୍ବାଇ,୨୭/୧୦: ୪୦ ବର୍ଷରେ ପାଦ ଥାପିଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍‌ଫାନ ପଠାନ । ୧୯୮୪ ମସିହା ଆଜିର ଦିନରେ ସେ  ଗୁଜୁରାଟର ଭଦୋଦାରାଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ ମସିହାରେ ଇର୍‌ଫାନ ପଠାନ ନିଜର କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ ଯେତେବେଳେ ସେ ଭାରତୀୟ ଟିମରେ ସ୍ଥାନ ପାଇଥିଲେ । 

ପାକିସ୍ତାନ ବିପକ୍ଷରେ ୧୯ ବର୍ଷରୁ କମ୍‌ କ୍ରିକେଟରେ ନିଜର ଜଲୱା ଦେଖାଇ ଥିଲେ ଇର୍‌ଫାନ ପଠାନ । ଯାହା ଫଳରେ ସେ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ସକ୍ଷମ ହୋଇଥିଲେ । ଭାରତୀୟ କ୍ରିକେଟରେ ସାମିଲ ହେବାପରେ ସେ କପିଲ ଦେବଙ୍କ ସ୍ଥାନ ନେବେ ବୋଲି ସେତେବେଳ ଆଲୋଚନା ହୋଇଥିଲା । ପ୍ରଥମ ଓଭର ବୋଲିଂ ଠାରୁ ଆରମ୍ଭ କରି ପ୍ରତ୍ୟେକ ନମ୍ବରରେ ସେ ବ୍ୟାଟିଂ କରିବା କ୍ଷମତା ରଖୁଥିଲେ । ଏହାଛଡ଼ା ପ୍ରଥମ ଭାରତୀୟ ଖେଳାଳି ଭାବରେ ସେ ତିନୋଟି ଯାକ ଫର୍ମାଟରେ ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇ ପାରିଥିଲେ । ଉଭୟ ସିମ୍‌ ଓ ସ୍ବିଙ୍ଗ୍‌ କରିବା କ୍ଷମତା ରଖିଥିଲେ ଇରଫାନ ପଠାନ । ଭାରତ ପକ୍ଷରୁ ସେ ୨୯ଟି ଟେଷ୍ଟ ମ୍ୟାଚ ଖେଳି ୧୧୦୫ ରନ୍‌ ସଂଗ୍ରହ କରିବା ସହ ୧୦୦ଟି ୱିକେଟ ହାସଲ କରିଛନ୍ତି । ସେ ୩୧.୫୭ ହାରରେ ରନ୍‌ ସଂଗ୍ରହ କରିଥିବା ବେଳେ ୩୨.୨୬ ହାରରେ ୱିକେଟ ସଂଗ୍ରହ କରିଛନ୍ତି । 

ସେହିଭଳି ଭାରତ ପକ୍ଷରୁ ସେ ୧୨୦ଟି ଦିନିକିଆ ମ୍ୟାଚ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଦିନିକିଆ ମ୍ୟାଚରେ ଇର୍‌ଫାନ ପଠାନ ୧୫୪୪ ରନ୍‌ ସଂଗ୍ରହ କରିଛନ୍ତି । ସେପଟେ ଟି-୨୦ରେ ସେ ୧୭୨ ରନ୍‌ ହିଁ କରି ପାରିଛନ୍ତି । ଦିନିକିଆ ମ୍ୟାଚରେ ଇର୍‌ଫାନ ପଠାନ ୧୭୩ ୱିକେଟ ହାସଲ କରିଛନ୍ତି । ସେହିଭଳି ଟି-୨୦ରେ ସେ ୨୮ଟି ୱିକେଟ ହାସଲ କରିଛନ୍ତି । ଇରଫାନ ପଠାନ ବିଭିନ୍ନ ଆଇପିଏଲ ଫ୍ରାଞ୍ଚାଇଜି ପକ୍ଷରୁ ୧୦୩ ମ୍ୟାଚ ଖେଳି ୮୦ଟି ୱିକେଟ ହାସଲ କରିଛନ୍ତି । ଭାରତ ପକ୍ଷରୁ ସେ ୨୦୦୮ ମସିହାରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୨୦୧୨ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ ଖେଲିଥିଲେ । ୨୦୦୩ ମସିହାରେ ଭାରତ ପକ୍ଷରୁ ଖେଳିବା ଆରମ୍ଭ କରିଥିବା ଇର୍‌ଫାନ ପଠାନ ୨୦୨୦ ଜାନୁଆରୀରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.