ଅଳତୀ,୦୨/୦୬:  କ୍ରିକେଟ୍‌ ଖେଳରେ ୨୦  ଟଙ୍କା ବାଜିକୁ ନେଇ ହୀନ କାଣ୍ଡ ଘଟାଇଛନ୍ତି  ଦୁଇ ନାବାଳକ । ଆଉ ଜଣେ ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଦୁଇ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍‌ ଗଁପୁର ପଞ୍ଚାୟତ  ଅନ୍ତର୍ଗତ କାଳିପାଳ ଗ୍ରାମରେ । 

ଗ୍ରାମରେ ୪ ଦିନ  ତଳେ ନବମ ଶ୍ରେଣୀରେ ପଢ଼ୁଥିବା ତିନି ଜଣ ନାବାଳକ କ୍ରିକେଟ୍‌ ଖେଳୁଥିଲେ । ହାରଜିତ୍‌କୁ ନେଇ ୨୦ଟଙ୍କା ବାଜି ଲାଗିଥିଲା । ବାଜିରେ ଟଙ୍କା ହାରିଥିବା ନାବାଳକ ୨୦ଟଙ୍କା ଦେଇପାରି ନଥିଲେ । ଫଳରେ ଅନ୍ୟ ଦୁଇ ନାବାଳକ ତାକୁ ଟଙ୍କା ମାଗିବା ସହ ଚିଡାଇଥିଲେ । ଏପରିକି ନାବାଳକ ସହ ଅପ୍ରାକୃିତ  ଯୌନ ସମ୍ପର୍କ ରଖି ତାର ଭିଡିଓ କରି ଗ୍ରାମର ଏକ ହ୍ୱାଟ୍‌ସ ଗ୍ରୁପ୍‌ରେ ପକାଇ ଦେଇଥିଲେ। ଏହି  ଭିଡିଓ ଭାଇରାଲ ହେବା ପରେ ନାବାଳକର ବାପା  ରବିବାର ରାମଚନ୍ଦ୍ରପୁର ଥାନାର ଦ୍ୱାରସ୍ଥ ହୋଇ ଅନ୍ୟ  ଦୁଇ ନାବାଳକଙ୍କ ନାମରେ ଲିଖିତ ଅଭିଯୋଗ  କରିଛନ୍ତି । ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ନାବାଳକଙ୍କ ଡାକ୍ତରୀ ମାଇନା କରାଇ ଉଭୟଙ୍କୁ ବାଳ ସୁଧାରଗୃହକୁ ପଠାଇ ଦିଆଯାଇଛି ।