ନୂଆଦିଲ୍ଲୀ: ଯେଉଁମାନେ ମୋତେ ଗଦ୍ଦାର କହୁଛନ୍ତି ମୁଁ ସେମାନଙ୍କୁ ପଚାରେ କି, ପଞ୍ଜାବର ରାଜ୍ୟସଭା ଆସନ କେତେ ଟଙ୍କାରେ ବିକ୍ରି କରିଛନ୍ତି ? ଭଜି ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି କି, କିଏ ଏବଂ କାହାକୁ କେତେ ଟଙ୍କା ଦେଇଛି ତାହାର ପ୍ରମାଣ ଦେବା ଉଚିତ୍ । ଏହାସହ ସେ ପ୍ରକାଶ କରିଛନ୍ତି କି, ଏକ ରାଜନୈତିକ ଦଳ ତାଙ୍କ ଘର ବାହାରେ ମୋ କୁଶପୁତ୍ତଳିକା ଦାହ କଲା ଏବଂ ଗଦ୍ଦାର ବୋଲି କାନ୍ଥରେ ଲେଖିଲା । ଏହାକୁ ନେଇ ଦେଶର ଜନତା ବିଚାର କରିବେ ବୋଲି ଭଜି କହିଛନ୍ତି ।
କହି ରଖୁଛୁ କି, କ୍ରିକେଟରରୁ ରାଜନୈତା ବନିଥିବା ହରଭଜନ ସିଂହ ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ସେ ଦଳ ଛାଡ଼ିବା ପରଠାରୁ ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି । ସେ ଟଙ୍କା ନେଇ ବିଜେପିରେ ସାମିଲ ହୋଇଥିବା ମଧ୍ୟ ୟୁଜର୍ସମାନେ ସୋସିଆଲ ମିଡିଆରେ ଅଭିଯୋଗ କରୁଛନ୍ତି । ଦୀର୍ଘଦିନ ହେବ ଭଜିଙ୍କୁ ଏଭଳି ଟ୍ରୋଲ କରାଯାଉଥିବାବେଳେ ସେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଦେବେନ୍ଦ୍ର ଯାଦବ ନାମକ ଜଣେ ୟୁଜର୍ସ ଏକ୍ସରେ ହରଭଜନଙ୍କୁ ପ୍ରଶ୍ନ କରିଛନ୍ତି କି, ତୁମେ ଯେଉଁ ଦଳକୁ ଏତେ ସମାଲୋଚନା କରୁଥିଲା ଏବେ କେମିତି ସେହ ଦଳରେ ଯୋଗ ଦେଲ ? ସେହ ଦଳରୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା କାହିଁକି ଦେଲନି ବୋଲି ପ୍ରଶ୍ନ କରିଛନ୍ତି । ଏହି ପ୍ରଶ୍ନରେ ଭଜି କହିଛନ୍ତି କି, ସମୟ ଆସିଲେ ସବୁ ପ୍ରଶ୍ନର ଉତ୍ତର ଦିଆଯିବ ବୋଲି ସେ କହିଛନ୍ତି । ମୋତେ କ୍ରୀଡ଼ା କ୍ଷେତ୍ରରେ ୨୦ ବର୍ଷରେ ବହୁତ ଭଲ ପାଇବା ମିଳିଛି।
ଏହାସହ ପଢ଼ନ୍ତୁ : SRH VS RCB: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ