ଖପ୍ରାଖୋଲ,୧୨।୫ :ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କରଠାରେ ଚାଲିଥିବା ନୃସିଂହ ଚତୁର୍ଦ୍ଦଶୀ ମେଳା ସୋମବାର ଉଦଯାପିତ ହୋଇଯାଇଛି I ଉତ୍ସବରେ ଉପ ଜିଲ୍ଲାପାଳ ସୁନୀଲ ମେହେର ଅଧ୍ୟକ୍ଷତା କରିଥିଲେ I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଗୋପାଳ ଜି ପାଣିଗ୍ରାହୀ, ନାନ୍ଦୁପଲା ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ I ସଭାକୁ ଅଭୟ ତ୍ରିପାଠୀ ପରିଚାଳନା କରିଥିଲେ I
ବୈଶାଖୀ ଯାତ୍ରା ଚଳିତ ବର୍ଷ ପାଞ୍ଚ ଦିନ ଚାଲିଥିବା ଵେଳେ ପୂର୍ଣ୍ଣିମା ଦିନ ପାପ ନାସିନି ଝରଣା ପାଣିରେ ସ୍ନାନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ଏହି ଅବସରରେ ପ୍ରତ୍ୟେକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି, ଦଣ୍ଡ ନୃତ୍ୟ, ରାମଲୀଲା ନାଟକ ଅନୁଷ୍ଠିତ ହୋଇଥିଲା I ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଅଞ୍ଚଳ ଏପରିକି ପଡୋଶୀ ଛତିଶଗଡରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ହରିଶଙ୍କର ବାବାଙ୍କୁ ଦର୍ଶନ କରିଥିଲେ I