ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପାକିସ୍ତାନରେ ଧ୍ୱଂସଲୀଳା ରଚିଛି ହାର୍ପି ଡ୍ରୋନ୍‌, ୨୦୦୦ ମସିହାରେ ଇସ୍ରାଏଲରୁ କିଣିଥିଲା ଭାରତ

Published By : Krishna Priya | May 9, 2025 8:10 AM

ନୂଆଦିଲ୍ଲୀ ୦୯/୦୫: ଭାରତ ପକ୍ଷରୁ କରାଯାଇଥିବା ‘ଅପରେସନ୍‌ ସିନ୍ଦୂର’ର ପରଦିନ ଅର୍ଥାତ୍‌ ବୁଧବାର ରାତିରେ ପାକିସ୍ତାନ ଭାରତର ୧୫ରୁ ଊଦ୍ଧ୍ୱର୍ ସୈନ୍ୟ ଠିକଣା ଉପରେ ଆକ୍ରମଣ ଲାଗି ଉଦ୍ୟମ କରିଥିଲା । ଭାରତ ଏସ୍‌-୪୦୦ ଡିଫେନ୍ସ ସିଷ୍ଟମ ଦ୍ୱାରା ତାକୁ ବିଫଳ କରିଦେଇଥିଲା । ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରିଦେଇଛି । ସେଥିଯୋଗୁ ପାକିସ୍ତାନରେ ବିପୁଳ କ୍ଷତି ହୋଇଛି । ଭାରତ ଏଥିଲାଗି ଇସ୍ରାଏଲ୍‌ରୁ ଆଣିଥିବା ହାର୍ପି ଡ୍ରୋନ୍‌କୁ ବ୍ୟବହାର କରିଛି ।

ଏହି ଡ୍ରୋନ୍‌କୁ ଇସ୍ରାଏଲ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରି ବିକଶିତ କରିଛି । ଏହା ଏକ ହାଲ୍‌କା ଡ୍ରୋନ୍‌ ଯାହାକୁ ମୁଖ୍ୟତଃ ଶତ୍ରୁ ପକ୍ଷର ରାଡାର ସିଷ୍ଟମ ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିବା ଲାଗି ଡିଜାଇନ୍‌ କରାଯାଇଛି । ହାର୍ପି ଡ୍ରୋନ୍‌ ଅନୁଧ୍ୟାନ ଓ ଠିକ୍‌ ହମ୍‌ଲା ଉଭୟ କାର୍ଯ୍ୟ ଲାଗି ସକ୍ଷମ । ଏହାକୁ ଫାୟାର ଆଣ୍ଡ ଫରଗେଟ୍‌ ମିସାଇଲ୍‌ ବୋଲି ବି କୁହାଯାଏ । କାରଣ ଲକ୍ଷ୍ୟ ଉପରେ ସିଧା ଆକ୍ରମଣ ଲାଗି ଏହା ନିଜକୁ ନଷ୍ଟ କରିଦିଏ । ଭାରତ ୨୦୦୦ ମସିହାରେ ଏହାକୁ ଇସ୍ରାଏଲରୁ କିଣିଥିଲା ।

ହାର୍ପି ଡ୍ରୋନ୍‌ର ଓଜନ ୧୩୫ କିଲୋଗ୍ରାମ । ଘଣ୍ଟାପ୍ରତି ଏହା ସର୍ବାଧିକ ୧୮୫ କିମି ଗତିରେ ଉଡାଣ ଭରିପାରିବ । ଏହାର ଭିନ୍ନ ଭିନ୍ନ ସଂସ୍କରଣ ୫୦୦ରୁ ୧୦୦୦ କିମି ଦୂରତା ଯାଏ ଯାଇପାରିବ । ଲକ୍ଷ୍ୟ ଉପରେ ଦୀର୍ଘ ସମୟ ଧରି ପଇଁତରା(ଲାଇଟରିଙ୍ଗ) ମାରିବା ଲାଗି ବି ଏହାର କ୍ଷମତା ରହିଛି । ଥରେ ଉଡାଣ ଭରିବା ପରେ ଏହା ସବୁ ପ୍ରକାର ପାଗରେ ଆକାଶରେ ୬-୯ ଘଣ୍ଟା ଯାଏ ରହିପାରିବ । ନିଜ ସହ ଡ୍ରୋନ୍‌ ୩୨ କିଲୋ ଯାଏ ଅସ୍ତ୍ର ନେଇଯିବାରେ ସକ୍ଷମ । କୌଣସି ନିର୍ଦ୍ଧାରିତ କ୍ଷେତ୍ରରେ ଉଡ଼ାଣ ଭରିବା ପରେ ଏହା ଶତ୍ରୁ ପକ୍ଷର ରାଡାର ସିଗନାଲକୁ ଠାବ କରେ । ଏହାପରେ ସ୍ୱୟଂଚାଳିତ ଭାବେ କିମ୍ବା ଅପରେଟରଙ୍କ ନିର୍ଦ୍ଦେଶ ଅନୁସାରେ ଆକ୍ରମଣ କରେ । ପରେ ନିଜର ବିସ୍ଫୋରକ ୱାରହେଡ୍‌ ଦ୍ୱାରା ନିଜକୁ ନଷ୍ଟ କରିଦିଏ । ଏଥିଯୋଗୁ ଟାର୍ଗେଟ୍‌ର ବିପୁଳ କ୍ଷତି ହୋଇଥାଏ । ୧୯୮୦ ଦଶକରେ ଏହାକୁ ବିକଶିତ କରାଯାଇଥିଲା । ହାର୍ପିର ଏକ ଉନ୍ନତ ସଂସ୍କରଣ ହାରୋପ୍‌ ପରେ ବିକଶିତ ହୋଇଥିଲା । ତାକୁ ଭାରତ ସହିତ କିଛି ଦେଶ କ୍ରୟ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.