ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଚାଷ ଜମିରେ ହୁତୁହୁତୁ ହୋଇ ଜଳିଗଲା ହାର୍ଭେଷ୍ଟର

Published By : Prameya | January 20, 2025 10:03 AM

ଆନନ୍ଦପୁର, ୨୦/୦୧ : ଚାଷ ଜମିରେ ହୁତୁହୁତୁ ହୋଇ ଜଳିଗଲା ହାର୍ଭେଷ୍ଟର। ରବିବାର ସନ୍ଧ୍ୟାରେ ଆନନ୍ଦପୁର ଉପଖଣ୍ଡ ସରମଙ୍ଗା ଗାଁ ନିକଟ ଏକ ଚାଷ ଜମିରେ ଏହି ଘଟଣା ଘଟିଛି। ଧାନ କାଟିବା ବେଳେ ହାେର୍ଭେଷ୍ଟର ମେସିନଟି ଜଳିଯାଇଛି। 

ଏହି ଖବରଟିକୁ ପଢନ୍ତୁ-ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଗଣନାକାରୀଙ୍କୁ ବିମୋହିତ କରୁଛି ଡଲଫିନଙ୍କ ଜଳକ୍ରୀଡା

ସୂଚନାନୁଯାୟୀ, ରବିବାର ସନ୍ଧ୍ୟାରେ ସରମଙ୍ଗା ଗାଁର ଅକ୍ଷୟ ସ୍ୱାଇଁ ତାଙ୍କ ବିଲରୁ ଧାନ କାଟୁଥିଲେ। ଏହି ସମୟରେ ହାର୍ଭେଷ୍ଟର ମେସିନର ସମ୍ମୁଖ ଭାଗ ବ୍ୟାଟେରୀ ପାଖରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା। ଏହାପରେ ଡ୍ରାଇଭର୍ ଜଣଙ୍କ ଗାଡିକୁ ଦୂରକୁ ନେଇ ଡେଇଁ ପଡିଥିଲେ। ଏନେଇ ହାଟଡିହି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଅକ୍ଷୟ ସ୍ଵାଇଁଙ୍କ କିଛି ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.