ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହରିୟାଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କନଭୟ ଉପରକୁ ପଥରମାଡ଼

Published By : Anindita Ratha | October 1, 2024 10:04 AM

ନୂଆଦିଲ୍ଲ,୦୧/୧୦:ପାଖେଇ ଆସୁଛି ହରିୟାଣା ନିର୍ବାଚନ । ଏନେଇ ସରଗରମ ରାଜନୀତି। ଏହାରି ମଧ୍ୟରେ ଗତ ରାତିରେ ହରିୟାଣାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା  ଜନତା ପାର୍ଟି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ କନଭୟ ଉପରକୁ ହୋଇଛି ହମଲା। ଅଜଣା ଲୋକ ଏପରି ହମଲା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି ପୋଲିସ।

ସୂଚନା ମୁତାବକ,ଗତ ରାତିରେ ଦୁଷ୍ୟନ୍ତ ଚୌଟାଲା ନିଜ ନିର୍ବାଚନୀ କ୍ଷେତ୍ର ଉଚାନାରେ ଏକ ଜନସଭାକୁ ସମ୍ବୋଧନ କରୁଥିଲେ। ସେହି ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। କିଛି ଯୁବକ ସଭାରେ ହଙ୍ଗାମା କରିବା ସହ ଦୁଷ୍ୟନ୍ତଙ୍କ କନଭୟ ଉପରକୁ ଅଚାନକ ଆକ୍ରମଣ କରିଥିଲେ। ଏପରିକି ସେମାନେ ଗାଡ଼ି ଉପରକୁ ଆଖିବୁଜା ଇଟା,ପଥର ମାଡ଼ କରିଥିଲେ। ଏହାପରେ ତୁରନ୍ତ ଆକ୍ରମଣକାରୀମାନେ ସଭାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏନେଇ ଖବର ପାଇ ତୁରନ୍ତ ବରିଷ୍ଠ ପୋଲିସ୍‌ ଅଧିକାରୀ ଓ ବହୁ ସଂଖ୍ୟାରେ ଫୋର୍ସ ସଭାସ୍ଥଳରେ ପହଞ୍ଚିଥିଲେ। ତେବେ ପୁଲିସ୍‌ ଘଟଣାର ପ୍ରାଥମିକ ଯାଞ୍ଚ ଆରମ୍ଭ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ଚିହ୍ନଟ ତଥା କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଆସନ୍ତା ୫ ତାରିଖରେ ହରିୟାଣାର ୯୦ଟି  ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଯାହାକୁ ନେଇ ସମସ୍ତ ରାଜନୈତିକ ଜୋରସୋର ପ୍ରଚାରପ୍ରସାରରେ ଲାଗି ପଡିଛନ୍ତି । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.