ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

‘ଯମୁନାରେ ଜହର’ ମନ୍ତବ୍ୟକୁ ନେଇ ଅଡ଼ୁଆରେ କେଜ୍ରିଓ୍ବାଲ୍‌, ଆକ୍ସନ୍‌ ନେବେ ହରିୟାଣା ସରକାର

Published By : Tapas Panda | January 29, 2025 6:10 PM

ନୂଆଦିଲ୍ଲୀ: ଯମୁନା ନଦୀରେ ବିଷ ମିଶାଇବା ନେଇ ଅଭିଯୋଗ ପରେ ହରିୟାଣା ସରକାର ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଆପ୍‌କୁ ଜୋରଦାର ବିରୋଧ କରିଛନ୍ତି । ହରିୟାଣାର କ୍ୟାବିନେଟ୍‌ ମନ୍ତ୍ରୀ ବିପୁଳ ଗୋୟଲ୍‌ ବୁଧବାର କହିଛନ୍ତି, କେଜ୍ରିଓ୍ବାଲଙ୍କ ବିରୋଧରେ ରାଜ୍ୟ ସରକାର ଏତଲା ଦେବେ । ସୋନିପତର ସିଜେଏମ କୋର୍ଟରେ ବିପର୍ଯ୍ୟୟ ପରିଚାଳନା ଧାରା ୨ଡି, ୧୫୪ ଅଧୀନରେ ଏଫଆଇଆଇ ଦିଆଯିବ । ବିପୁଳ ଗୋୟଲ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲ ହରିୟାଣା ଏବଂ ଦିଲ୍ଲୀର ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । 

ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ କହୁଛନ୍ତି ହରିୟାଣା ସରକାର ଯୁମୁନା ପାଣିରେ ବିଷ ମିଶାଉଛନ୍ତି । କିନ୍ତୁ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ଯମୁନା ପାଣି ପିଉଛନ୍ତି । ରାଷ୍ଟ୍ରପତି ମଧ୍ୟ ଏହି ପାଣି ପିଉଥିବା ବେଳେ ସତରେ କଣ ହରିୟାଣା ଯମୁନା ଜଳରେ ବିଷ ମିଶାଉଛି ବୋଲି ବିପୁଳ ଗୋୟଲ ପ୍ରଶ୍ନ କରିଛନ୍ତି ।  କେଜ୍ରିଓ୍ବାଲ ଯେଉଁଭଳି ଭାବରେ ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି କାଙ୍କୁ ହରିୟାଣା ସରକାର କ୍ଷମା କରିବେ ନାହିଁ । କେଜ୍ରିଓ୍ବାଲଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି । 

ଏହା ପୂର୍ବରୁ ନିର୍ବାଚୟ ଆୟୋଗ ମଙ୍ଗଳବାର ଆପ୍‌ର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନୋଟିସ୍‌ ଦେଇଥିଲେ । ଏଥିରେ ଯମୁନାରେ ଜହର ମନ୍ତବ୍ୟକୁ ସତ୍ୟ ପ୍ରମାଣିତ କରିବା ଲାଗି ଉପଯୁକ୍ତ ଦସ୍ତାବିଜ୍‌ ପୈଠ କରିବାକୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେଜ୍ରିଓ୍ବାଲ ଏଥିରେ ବିଫଳ ହୁଅନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ ବୋଲି ମଧ୍ୟ ଇସିଆଇ କହିଛନ୍ତି । ନିର୍ବାଚନ ଆୟୋଗଙ୍କ ଅନୁସାରେ, କେଜ୍ରିଓ୍ବାଲଙ୍କ ଏଭଳି ଅଭିଯୋଗ ଖୁବ ଗମ୍ଭୀର ହୋଇଥିବା ବେଳେ ପଡ଼ୋଶୀ ରାଜ୍ୟର ଲୋକଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିପାରେ । ତେଣୁ ତାଙ୍କୁ ଏହି ଅଭିଯୋଗକୁ ପ୍ରମାଣିତ କରିବା ଲାଗି ଯମୁନାରେ ଜହର ବାବଦରେ ସଠିକ୍‌ ଦସ୍ତାବିଜ୍‌ ଦେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.