ନୂଆଦିଲ୍ଲୀ,୨୫।୮: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ବଡ଼ ଘୋଷଣା। ୧୯୮୪ ଶିଖ ବିରୋଧି ଦଙ୍ଗା ପୀଡିତଙ୍କ ପରିବାରଙ୍କୁ ମିଳିବ ଚାକିରୀ। ଏନେଇ ସୈନୀ ସୋମବାର ବିଧାନସଭାରେ ଘୋଷଣା କରିଛନ୍ତି। ଦଙ୍ଗାରେ ମୃତ୍ୟୁ ହୋଇଥିବା ୧୨୧ ପରିବାରର ବର୍ତ୍ତମାନର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ ଉପଯୁକ୍ତ ଚାକିରୀ ମିଳିବ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପରିବାର ସଦସ୍ୟଙ୍କୁ ତାଙ୍କ ସହମତି ଆଧାରରେ ପ୍ରାଥମିକତା ଦିଆଯିବ। ଫଳରେ ତାଙ୍କୁ ନିୟୋଜିତ କରିହେବ।
ଉଲ୍ଲେଖନୀୟ ଯେ, ୧୯୮୪ ଶିଖ ବିରୋଧି ଦଙ୍ଗାରେ ହରିୟାଣାର ୧୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦଙ୍ଗାରେ ୨୦ ଗୁରୁଦ୍ବାର, ୨୨୧ ଘର, ୧୫୪ ଦୋକାନ, ୫୭ ଫ୍ୟାକ୍ଟ୍ରି, ୩ ରେଳ ଡବା ଓ ୮୫ ବାହନ ଜଳି ନଷ୍ଟ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଓ ପୀଡିତଙ୍କ ସହାୟତା ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧକୁ ଦୋହରାଇଛନ୍ତି।