ନୂଆଦିଲ୍ଲୀ,୦୩/୦୭; ଖରାଦିନ ଅସହ୍ୟ ଗରମ ହେଲେ କିଏ ଟିକେ ଥଣ୍ଡା ପବନ ପାଖରେ ବସିଯାଆନ୍ତି । ଗରମରୁ ଟିକେ ଆଶ୍ୱସ୍ତି ପାଇଁ କେହି କେହି ପତଳା ବସ୍ତ୍ର ପିନ୍ଧନ୍ତି । ଆଉ ଶୀତ ଦାଉରୁ ରକ୍ଷା ପାଇବାକୁ ମୋଟା କମ୍ବଳ ଘୋଡାଇ ହୁଅନ୍ତୁ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ ଯିଏକି ଓଲଟା ଜୀବନ ବିତାନ୍ତି । କହିବାକୁ ଗଲେ ଏକଦମ ଅଜବ ଜୀବନ । ତାଙ୍କୁ ଖରାଦିନେ ଶୀତ କରେ । ତେଣୁ ସେ ମୋଟା କମ୍ବଳ ଘୋଡାଇ ହୁଅନ୍ତି । ଶୀତ ଦିନେ ତାଙ୍କୁ ଅସହ୍ୟ ଗରମ ଲାଗେ ତେଣୁ ସେ ନିଆଁ ପାଖରେ ବସନ୍ତି ଏବଂ ବରଫ ଗଦାରେ ଶୁଅନ୍ତି । ଆପଣଙ୍କୁ ନିଶ୍ଚିତ ଏ କଥା ଆଶ୍ଚର୍ଯ୍ୟ କରୁଥିବ । ହରିୟାଣାର ଜଣେ ବ୍ୟକ୍ତି ଏପରି ନିଆରା-ଅଜବ ଜୀବନ ବିତାଉଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି ।

ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ଡେରୋଲି ଅହୀର ଗାଁର ସନ୍ତଲାଲ ଆଜିକାଲି ନିଜର ନିଆରା ଶାରୀରିକ ସ୍ଥିତି ଯୋଗୁ ଚର୍ଚ୍ଚାରେ । ଚର୍ଚ୍ଚା ଯେ ତାଙ୍କୁ ଖରାଦିନେ ଥଣ୍ଡା ଲାଗେ ଏବଂ ଶୀତରେ ଗରମ ହୁଏ । ସନ୍ତଲାଲଙ୍କ ବୟସ ପ୍ରାୟ ୭୦ ବର୍ଷ । ଅଜବ ଶାରୀରିକ ସ୍ଥିତି ଯୋଗୁ ସେ ଅନେକ ଡାକ୍ତରଙ୍କ ଦ୍ୱାରା ଯାଞ୍ଚ କରାଇ ସାରିଲେଣି । ଭୀଷଣ ଗରମରେ ସନ୍ତଲାଲ ୪-୫ ରେଜେଇ ଘୋଡ଼ାଇ ହୁଅନ୍ତି । ଆଉ ଅଧିକ ଥଣ୍ଡା ଲାଗିଲେ ନିଆଁରେ ସେକି ହୁଅନ୍ତି । ଉତ୍ତର ଭାରତ ପ୍ରବଳ ଗରମରେ ଜର୍ଜରିତ ହେଉଥିବା ବେଳେ, ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ସନ୍ତଲାଲ ପ୍ରବଳ ଗରମରେ ମଧ୍ୟ କମ୍ବଳ ଘୋଡ଼ାଇ ହୋଇ ବୁଲନ୍ତି । ଶୀତଦିନେ ମଧ୍ୟ, ଏହି ବ୍ୟକ୍ତି ଠିକ୍ ବିପରୀତ କରନ୍ତି ଅର୍ଥାତ୍ ପାଣିରେ  ବୁଡି ରୁହନ୍ତି ।

ଏହା ବି ପଢନ୍ତୁ...Solar Storm Alert: ସୂର୍ଯ୍ୟଙ୍କ ରୌଦ୍ରରୂପ; ମହାକାଶରେ ଭୟଙ୍କର ବିସ୍ଫୋରଣ, ପୃଥିବୀ ପାଇଁ ‘ବିନାଶକାରୀ’ ଚେତାବନୀ  

ଆଶ୍ଚର୍ଯ୍ୟର କଥା ହେଉଛି ଏତେ ଗରମରେ ବି ତାଙ୍କ ଦେହରୁ ଝାଳ ବାହାରେ ନାହିଁ । ଏହା ବଦଳରେ ଶୀତଦିନେ ଗରମ ଲାଗେ ବୋଲି ସନ୍ତଲାଲ କହନ୍ତି । ଶୀତଦିନେ ସେ ସକାଳ ୫ଟାରେ ପୋଖରୀରେ ସ୍ନାନ କରନ୍ତି ଏବଂ ଅନେକ ସମୟରେ ଦିନ ସାରା ପାଣିରେ ହିଁ ବିତାନ୍ତି । ପରିଜନଙ୍କ ଅନୁସାରେ, ସନ୍ତଲାଲ କୌଣସି ନାଟକ କରନ୍ତି ନାହିଁ । ତାଙ୍କର ଏହି ନିଆରା ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ତାଙ୍କୁ ୧ ଲକ୍ଷ ଟଙ୍କା ଦେଇ ସମ୍ମାନିତ କରିଛି । ସନ୍ତଲାଲଙ୍କ ବୋହୂ କହିଛନ୍ତି, ଜିଲ୍ଲା ପ୍ରଶାସନ ତାଙ୍କୁ ସମ୍ମାନିତ କରିଛି ଏବଂ ସାହାଯ୍ୟ କରିଛି । ବାହାରୁ ଆସୁଥିବା ଡାକ୍ତରୀ ଟିମ୍ ତାଙ୍କୁ ପରୀକ୍ଷା କରିଥିଲେ । କିନ୍ତୁ କୌଣସି ଫଳାଫଳ ପାଇଲେ ନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସନ୍ତଲାଲଙ୍କୁ ପାଣିପାଗ ବିଭାଗ ଭାବେ ଜଣାଶୁଣା । ସନ୍ତଲାଲ କୌଣସି ରୋଗରେ ପୀଡ଼ିତ ନୁହଁନ୍ତି ।

ଏହା ବି ପଢନ୍ତୁ...Earth Sun Distance: ଏହି ଦିନ ସୂର୍ଯ୍ୟଠୁ ସର୍ବାଧିକ ଦୂରରେ ରହିବ ପୃଥିବୀ, ଜାଣନ୍ତୁ କଣ ପଡ଼ିବ ପ୍ରଭାବ ?