ମୁମ୍ବାଇ, ୧୯/୪ :  ପାକିସ୍ତାନ କ୍ରିକେଟ ଟିମରୁ ବାହାରେ ଥିବା ଅନୁଭବୀ ଦ୍ରୁତ ବୋଲର ହସନ ଅଲୀ ପାକିସ୍ତାନ ସୁପର ଲିଗରେ ଇତିହାସ ରଚିଛନ୍ତି । ପିଏସଏଲ୍ ୨୦୨୫ର ୮ମ ମ୍ୟାଚ ଗତକାଲି କରାଚି କିଙ୍ଗ୍ସ ଏବଂ କ୍ବେଟା ଗ୍ଲୋଡିଏଟର୍ସ ମଧ୍ୟରେ କରାଚୀ ସ୍ଥିତ ନେଶନାଲ ଷ୍ଟାଡିୟମରେ ଖେଳାଯାଇଥିଲା । ଯେଉଁଠାରେ ଡେଭିଡ ଓ୍ବାର୍ଣ୍ଣରଙ୍କ ନେତୃତ୍ବାଧିନ କରାଚୀର ଟିମ୍ ୫୬ରନରେ ବାଜି ମାରିବାରେ ସଫଳ ରହିଥିଲା । ମ୍ୟାଚ୍ ସମୟରେ କରାଚୀ ତରଫରୁ ବୋଲିଂ କରୁଥିବା ବୋଲର ହସନ ଅଲୀଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା । ସେ ନିଜ ଟିମ୍ ଲାଗି ୪ଓଭରରେ ୨୭ରନ୍ ଦେଇ ୩ଓ୍ବିକେଟ ନେଇଛନ୍ତି । ଯାହା ସହ ସେ ପିଏସଏଲ ଇତିହାସରେ ସର୍ବାଧିକ ଓ୍ବିକେଟ ନେବାରେ ପ୍ରଥମ ବୋଲର ହୋଇଯାଇଛନ୍ତି ।

ହସନ ଅଲୀଙ୍କ ପୂର୍ବରୁ ଏହି ରେକର୍ଡ଼ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ବହାବ ରିୟାଜଙ୍କ ନାଁରେ ଥିଲା । ସେ ୨୦୧୬‌ରୁ ୨୦୨୩ ମଧ୍ୟରେ ୮୮ମ୍ୟାଚରେ ଅଂଶଗ୍ରହଣ କରି ୮୭ପାଳିରେ ୨୨.୬୮ର ପ୍ରତିଶତରେ ୧୧୩ଓ୍ବିକେଟ ନେଇଥିଲେ । ସେହିଭଳି ଗତକାଲି ୩ସଫଳତା ପ୍ରାପ୍ତ କରିବା ପରେ ପିଏସଏଲରେ ହସନ ଅଲୀଙ୍କ ଓ୍ବିକେଟ ସଂଖ୍ୟା ୧୧୬ହୋଇଯାଇଛି ।