ନୂଆଦିଲ୍ଲୀ: ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମଙ୍ଗଳବାର ଟ୍ରମ୍ପଙ୍କୁ ଫ୍ଲୋରିଡାର ଓ୍ବେଷ୍ଟ ପାମ୍ ବିଚ୍ ସ୍ଥିତ ଇଣ୍ଟରନ୍ୟାସନାଲ ଗୋଲ୍ଫ କ୍ଲବରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଏକ ନୂଆ ହେୟାର ଷ୍ଟାଇଲ୍ରେ ଦେଖିବାକୁ ମିଳିଥିଲେ । ତେବେ ଟ୍ରମ୍ପଙ୍କ ସୋସିଆଲ ମିଡିଆ ସମର୍ଥକ ମାନେ ଏକ୍ସରେ (X) ତାଙ୍କର ଏହି ନିଆରା ଷ୍ଟାଇଲ୍ର ଭିଡିଓକୁ ପୋଷ୍ଟ କରିଛନ୍ତି, କିନ୍ତୁ ଏହା ପ୍ରଥମ ଥର ନୁହେଁ । ତେବେ ଟ୍ରମ୍ପଙ୍କ ଏହି ନୂଆ ଅବତାର ତାଙ୍କ ସମର୍ଥକଙ୍କୁ ଏଭଳି ଅନୁଭୂତି ଦେଇଛି, ଯାହା ୨୦୧୯ ରେ ତାଙ୍କ ହେୟାର ଷ୍ଟାଇଲ୍ରେ ପରିବର୍ତ୍ତନ ଆଣିଥିଲା, ଯେତେବେଳେ ସେ ସିଲ୍କ ହେୟାରର ବିକଳ୍ପ ବାଛିଥିଲେ ।
୨୦୧୯ରେ ତାଙ୍କ ହେୟାର ଷ୍ଟାଇଲର ଝଲକ ସେୟାର କରି ଜଣେ ଏକ୍ସ (X) ୟୁଜର ଲେଖିଛନ୍ତି ଯେ, ଟ୍ରମ୍ପଙ୍କ ଟୋପିବାଲା ହେୟାର ଷ୍ଟାଇଲ୍ ଲୁକ୍ ଏଥି ପାଇଁ ବହୁତ ସ୍ବତନ୍ତ୍ର, କାରଣ ନିୟମିତ ଲୁକ୍ ଠାରୁ ବହୁତ ଭିନ୍ନ ।
ମଙ୍ଗଳବାର ଟ୍ରମ୍ପ ତାଙ୍କ ପ୍ରଶଂସକ ମାନଙ୍କୁ ସମ୍ବୋଧନ କରିବା ସମୟରେ ତାଙ୍କ ଭିଡିଓ କ୍ଲିପ୍ ଭାଇରାଲ ହୋଇଥିଲା। ତେବେ ଏହି ଭିଡିଓରେ ଟ୍ରମ୍ପ ଧଳା ଟି-ସାର୍ଟ ଏବଂ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧି ନାଲି ରଙ୍ଗର ଟୋପି ପିନ୍ଧିଥିବା ଦେଖିବାକୁ ମିଳୁଛି । ଭିଡିଓରେ ଟ୍ରମ୍ପ ତାଙ୍କ ପ୍ରଂସଶକ ମାନଙ୍କୁ କହୁଛନ୍ତି ଯେ, କ’ଣ ଆପଣ ମାନେ ଭଲ ସମୟ ବିତାଉଛନ୍ତି କି ? ଆପଣ ମାନେ ସମସ୍ତେ ରିପବ୍ଲିକାନ ତ ? କିଛି ଲୋକ ତାଙ୍କ ନୂଆ ହେୟାର ଷ୍ଟାଇଲ ଦେଖି ଖୁସି ହେଉଥିବା ବେଳେ ଆଉ କିଛି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ଯେ, ଟ୍ରମ୍ପଙ୍କ ମୁଣ୍ଡରେ ଏହା ଏକ ଟୋପି ଥିଲା, ଯେଉଁଥି ପାଇଁ ତାଙ୍କ ହେୟାର ଷ୍ଟାଇଲ୍ ଏମିତି ରହିଛି ।