ଚେନ୍ନାଇ/ଭୁବନେଶ୍ୱର ୨୭/୦୧: ୨୩୩ କୋଟି ଟଙ୍କାରେ ‘ମିଳ୍କି ମୁ’ କୁ ଅଧିଗ୍ରହଣ କଲା ଭାରତର ଅଗ୍ରଣୀ ଡେରୀ କମ୍ପାନୀ ହଟ୍ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ୍ (ଏଚ୍ଏପି) । ମିଲ୍କ୍ ମନ୍ତ୍ର ଡେରୀ ପ୍ରାଇଭେଟ୍ ଲିମିଟେଡ୍ ତଥା କ୍ଷୀର ସଂଗ୍ରହ ଓ ବିକ୍ରୟରେ ଗୁଣାତ୍ମକ ପ୍ରତିବଦ୍ଧତା ପାଇଁ ଜଣାଶୁଣା ଏହାର ଅଭିନବ ଡେରୀ ବ୍ରାଣ୍ଡ୍ ‘ମିଲ୍କି ମୁ’ର ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ଘୋଷଣା କରିଛି ଏଚ.ପି । ଏହି ସୁଚିନ୍ତିତ ଅଧିଗ୍ରହଣ ପୂର୍ବ ଭାରତୀୟ ଦୁଗ୍ଧ ବଜାରରେ ଏଚ୍ଏପି ର ସ୍ଥାନ ସୁରକ୍ଷିତ କରିବା ସଙ୍ଗେସଙ୍ଗେ ଗ୍ରାହକ ମାନଙ୍କୁ ତାଜା, ଉଚ୍ଚମାନର ଦୁଗ୍ଧ ଜାତୀୟ ଉତ୍ପାଦ ଯୋଗାଇବାର କମ୍ପାନୀର ଲକ୍ଷ୍ୟକୁ ଆହୁରି ସୁଦୃଢ କରିବ ।
ଏହି ଅବସରରେ, ମିଲ୍କ୍ ମନ୍ତ୍ରର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର କହିଥିଲେ ଯେ, “ମିଲ୍କ୍ ମନ୍ତ୍ର ସର୍ବଦା ଏକ ଉଚ୍ଚକୋଟିର ଲକ୍ଷ୍ୟ ରଖିଥିବା ଦୁଗ୍ଧ ଖାଦ୍ୟ ବ୍ରାଣ୍ଡ୍ ଗଢିବାରେ ଧ୍ୟାନ ଦେଇ ଆସିଛି । ଏହା ସହ ନୈତିକ ଦୁଗ୍ଧ ସଂଗ୍ରହ ମଡେଲକୁ ଅଗ୍ରଣୀ କରିବା, ଚାଷୀ ମାନଙ୍କୁ ସଶକ୍ତ କରିବା ଏବଂ ଆମର ଗ୍ରାହକ ମାନଙ୍କ ପାଇଁ ଉଚ୍ଚ ମାନର ଦୁଗ୍ଧ ଜାତୀୟ ଉତ୍ପାଦ ଯୋଗାଇବାକୁ ଗୁରୁତ୍ୱ ଦେଇଛି । ହଟ୍ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ୍ ଭଳି ଏକ କମ୍ପାନୀ ଦ୍ୱାରା ଅଧିକୃତ ହେବା ହେଉଛି ବ୍ୟାପକ ବଜାରରେ ଆମର ପ୍ରଭାବ ଏବଂ ନବ ସୃଜନକୁ ବୃଦ୍ଧି କରିବା ପାଇଁ ଆମର ଯାତ୍ରାରେ ଏକ ସ୍ୱାଭାବିକ ପଦକ୍ଷେପ। ଏଚ୍ଏପି ର ଦୃଢ ନେତୃତ୍ୱ ଏବଂ ବ୍ୟାପକ ସମ୍ବଳ, ଗ୍ରାହକ ଏବଂ ଚାଷୀ ଉଭୟଙ୍କୁ ଆମେ ପ୍ରଦାନ କରୁଥିବା ମୂଲ୍ୟକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରିବ। ଆମେ ମିଲ୍କି ମୁ ର ଭବିଷ୍ୟତ ପାଇଁ ଖୁସି ଏବଂ ଏହି ମାଲିକାନା ପରିବର୍ତ୍ତନ କେବଳ ଓଡ଼ିଶା ନୁହେଁ ବରଂ ଓଡ଼ିଶାରେ ବାହାରେ ମଧ୍ୟ ସକାରତ୍ମକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି।”
ଅଧିଗ୍ରହଣ ବିଷୟରେ ମତାମତ ଦେଇ ହଟ୍ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ୍ର ଅଧ୍ୟକ୍ଷ ଆର୍.ଜି. ଚନ୍ଦ୍ରମୋଗନ୍ କହିଛନ୍ତି, “ମିଲ୍କ୍ ମନ୍ତ୍ର ଅଧିଗ୍ରହଣ କରି ଏଚ୍ଏପି ଦକ୍ଷିଣ ଏବଂ ପଶ୍ଚିମ ଭାରତ ବାହାରେ ବିସ୍ତାର କରୁଛି ଏବଂ ପୂର୍ବ ଭାରତରେ ଏହାର ଉପସ୍ଥିତିକୁ ସୁଦୃଢ କରୁଛି । ଓଡ଼ିଶା ଗାଇ କ୍ଷୀରର ଏକ ଉତ୍ତମ ଉତ୍ସ ହୋଇଥିବାରୁ ଅର୍ଥନୀତି ଦୃଷ୍ଟିକୋଣରୁ ଏହା ଅନେକ ସୁଯୋଗ ସୃଷ୍ଟି କରିଛି। ଆମେ ଆମର ଅରୁଣ, ଇବାକୋ, ହଟ୍ସନ୍ ଏବଂ ଆରୋକ୍ୟା ଭଳି ବ୍ରାଣ୍ଡ୍ରେ ମିଲ୍କି ମୁ ଭଳି ଶକ୍ତିଶାଳୀ ବ୍ରାଣ୍ଡ୍ ଯୋଡିବାକୁ ଉତ୍ସାହିତ। ଆମେ ଓଡ଼ିଶାରେ ଦୁଗ୍ଧ ଶିଳ୍ପକୁ ବିସ୍ତାର କରିବାକୁ ପ୍ରତିବଦ୍ଧ। ଲଜିଷ୍ଟିକ୍ ଦୃଷ୍ଟିରୁ, ଏହା ଉତ୍ତର ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ନିକଟବର୍ତ୍ତୀ ରାଜ୍ୟଗୁଡିକରେ ବଜାରକୁ ସୁଦୃଢ କରିବା ପାଇଁ ମଧ୍ୟ ସୁଯୋଗ ପ୍ର୍ରଦାନ କରିବ, ଯେଉଁଠାରେ ଅରୁଣ ଆଇସ୍କ୍ରିମ ପୁର୍ବରୁ ଉପସ୍ଥିତ ଅଛି ।”
ମିଲ୍କି ମୁ ବ୍ରାଣ୍ଡ୍ର ପ୍ରତିଷ୍ଠିତ ଦୃଢ ଉପସ୍ଥିତି ସହିତ ଏଚ୍ଏପି ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ବଜାର ଅଂଶ, ବ୍ୟାପକ ବଣ୍ଟନ ଓ କ୍ରୟ ନେଟ୍ୱାର୍କ ଏବଂ ଓଡ଼ିଶାରେ ସୁଚିନ୍ତିତ ଭାବରେ ଅବସ୍ଥିତ ଦୁଇଟି ପ୍ରମୁଖ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ ସହିତ ଆରମ୍ଭ ହେବ ।