ନୂଆଦିଲ୍ଲର,୮/୨ : ନିର୍ଦଳୀୟ ସାଂସଦ ପପ୍ପୁ ଯାଦବଙ୍କ ଗିରଫ ପରେ ପୁଣି ଥରେ ବିହାର ରାଜନୀତି ତେଜିବାରେ ଲାଗିଛି । ପପ୍ପୁ ଯାଦବଙ୍କ ଗିରଫକୁ ଏବେ କେନ୍ଦ୍ରୀୟ ମନ୍ତ୍ରୀ ଚିରାଗ ପାସଓ୍ବାନ ବି ଉଚିତ୍ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହାକୁ ନ୍ୟାୟିକ ଭାଗିଦାରୀ ବୋଲି କହିଛନ୍ତି। ଚିରାଗ କହିଛନ୍ତି କି କୌଣସି ବି ସାଂସଦଙ୍କୁ ବିନା କୌଣସି ତଥ୍ୟ ଆଧାରରେ ଗିରଫ କରାଯାଇପାରିବ ନାହିଁ । ହାଜୀପୁରରେ ପହଞ୍ଚିବା ପରେ ଚିରାଗ ପାସଓ୍ବାନ ସାମ୍ବାଦିକଙ୍କ ପ୍ରଶ୍ନରେ କହିଛନ୍ତି କି, ଯେଉଁଭଳି ଭାବେ ଗିରଫ ସମୟରେ ଏକ ଭୟର ମାହୋଲ ସୃଷ୍ଟି କରାଗଲା, ଏହା ଶୋଭା ପାଉନାହିଁ । ସେ ସହଯୋଗ କରିବାର ଥିଲା ।
ଚିରାଗ ପାସଓ୍ବାନ ଏହି ସମ୍ପୂର୍ଣ୍ଣ ମୁଦ୍ଦା ଉପରେ କହିଛନ୍ତି କି ଏହା ସମ୍ପୂର୍ଣ୍ଣ ଭାବେ ଏକ ଆଇନର ପ୍ରକ୍ରିୟା ଅଟେ । ପ୍ରତ୍ୟେକଙ୍କୁ ଦେଶର ନ୍ୟାୟିକ ପ୍ରଣାଳୀ ଉପରେ ଭରସା କରିବା ଆବଶ୍ୟକ ଅଟେ । ସେ ତର୍କ କରିଛନ୍ତି କି ଯାଞ୍ଚ ଏଜେନ୍ସିଙ୍କ ପାଖରେ ତଥ୍ୟ କିଛି ରହିଛି ଯାହାକୁ ଆଧାର କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେ କହିଛନ୍ତି ବିନା କୌଣସି ଆଧାରରେ କୌଣସି ସାଂସଦଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ଚିରାଗ କହିଛନ୍ତି କି ଏନଡିଏ ସରକାରରେ ଯଦି କୌଣସି ନିର୍ଦୋଶ ଅଛନ୍ତି ତେବେ ତାଙ୍କର କୌଣସି କ୍ଷତି ହେବ ନାହିଁ, କିନ୍ତୁ ଯଦି କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଛଡ଼ାଯିବ ନାହିଁ।